
କଟକ (ପ୍ରଭାତ ବିଷୋୟୀ): ଅଜଣା ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଅଞ୍ଚଳର କିଛି ରୋଗୀଙ୍କ ରକ୍ତ ନମୂନା ରିପୋର୍ଟ ଆସିଛି। କଟକ ବଡ଼ ମେଡିକାଲରେ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ହୋଇଥିଲା। ତେବେ ରିପୋର୍ଟରେ ଡେଙ୍ଗୁ ନେଗେଟିଭ ଆସିଛି। ସେହିପରି ସ୍ୱାଇନ୍ ଫ୍ଲୁ ପରୀକ୍ଷା ପାଇଁ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ରକ୍ତ ନମୂନା ଯାଇଥିବା ବେଳେ ତାହା ବି ନେଗେଟିଭ୍ ଆସିଛି।
ତେବେ ଅନ୍ୟାନ୍ୟ ଭାଇରସ୍ ପରୀକ୍ଷା ପାଇଁ ଓଡ଼ିଶା ବାହାରକୁ ରକ୍ତ ନମୂନା ପଠାଯିବ ବୋଲି ଏସ୍ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ଗୋଆରେ ରହୁଥିବା ବାଲେଶ୍ୱର ଅଞ୍ଚଳର କିଛି ଲୋକଙ୍କୁ ‘ନିପା’ ଭୟ ଘାରିଛି। ତେଣୁ ଗତକାଲି ୧୨ଜଣ ଲୋକେ ଗୋଆରୁ ଫେରି ଆସିଛନ୍ତି। ସେମାନେ ଗୋଆର ଏକ ରେଷ୍ଟୁରାଣ୍ଟ୍ରେ କାମ କରୁଥିଲେ। ୩-୪ ଦିନ ତଳେ ଗୋଆରେ କାମ କରୁଥିବା ସେହି ଗାଁର ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
from OdishaReporter https://ift.tt/2mtRUkI
No comments:
Post a Comment