ଘରୁ ଉଠାଇ ଆଣି ଦଳି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଘରୁ ଉଠାଇ ଆଣି ଦଳି ଦେଲା

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ।

ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ଏକ ଦନ୍ତା ହାତୀ ବୁଲୁଥିବା  ନେଇ ଗାଁ ଲୋକେ ବନ ବଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଓ ହାତୀକୁ ଘୋଉଡ଼ାଇ ଥିଲେ। ଏହି ସମୟରେ ହାତୀଟି ଗାଁର ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା। ଘରେ ଶୋଇଥିବା ଗଣେଶ୍ୱରଙ୍କ ପୁଅ ଲୁଟୁକୁ ହାତୀ ଉଠାଇ ଆଣି ବାହାରେ କଚାଡ଼ି ଦେଇଥିଲା। ତେବେ ଘର ଭିତରେ ଶୋଇଥିବା ଗଣେଶ୍ୱରଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ତାଙ୍କ ୫ ମାସର ଝିଅ ହାତୀ ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ହେଲେ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଆ ଓ ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ  ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଏବେ ସେମାନେ ସୁସ୍ଥ ଅଛନ୍ତି।

ଏହି ଘଟଣା ପରେ ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ତଡ଼ି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବନ ବଭାଗ କର୍ମଚାରୀମାନେ ଆଉ ଗାଁକୁ ଆସିନଥିବା ଜଣାପଡ଼ିଛି।



from OdishaReporter https://ift.tt/2AevxcY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages