
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ସୁଯୋଗକୁ କେବେ ବି ହାତଛଡ଼ା କରନ୍ତି ନାହିଁ ବିଜେପିର ଅସନ୍ତୁଷ୍ଟ ନେତା ତଥା ସାଂସଦ ଶତ୍ରୁଘ୍ନ ସିଂହ୍ନା। ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ସେ ପୁଣି ଥରେ ଆପତ୍ତି ଉଠାଇଛନ୍ତି। ଖାଲି ଆପତ୍ତି ଉଠାଇ ନାହାନ୍ତି, ଏକ ପ୍ରକାର ନିଆଁ ଓଗାଳିଛନ୍ତି। ମୋଦିଙ୍କୁ ଟାର୍ଗେଟ୍ କରି ଶତ୍ରୁଘ୍ନ ସିଂହ୍ନା ଏକାଧିକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ସଂସଦର ଅଧିବେଶନ ଚାଲିଥିବା ବେଳେ ଆପଣ ୩ଟି ଆଫ୍ରିକୀୟ ଦେଶକୁ ଯାତ୍ରା କରିଛନ୍ତି। ଅଧିବେଶନ ଶେଷ ହେବା ପରେ ଆପଣ ସେଠାକୁ ଯାଇଥିଲେ ଆକାଶ ଛିଡ଼ି ପଡ଼ିନଥାନ୍ତା। ଅଧିବେଶନ ପରେ ବିଶ୍ୱରେ ବାକି ଥିବା ଦେଶଗୁଡ଼ିକୁ ଯାଇପାରିଥାନ୍ତେ। ତଥାପି ରୱାଣ୍ଡାକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଯିବା ପ୍ରଥମ ଘଟଣା। ତେଣୁ ଆପଣଙ୍କୁ ଶୁଭକାମନା।”


from OdishaReporter https://ift.tt/2AbMwwl
No comments:
Post a Comment