
ନୂଆଦିଲ୍ଲୀ: ପାକିସ୍ତାନର ପେଶାୱରର ୟାକାତୁତ୍ ଅଞ୍ଚଳରେ ମଙ୍ଗଳବାର ରାତିରେ ଆତ୍ମଘାତୀ ବିସ୍ଫୋରଣରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ଆୱାମ୍ ନ୍ୟାସ୍ନାଲ୍ ପାର୍ଟି (ଏଏନ୍ପି) ନେତା ହାରୁନ୍ ବିଲ୍ଲୌର ବି ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି।
ହାରୁନ୍ଙ୍କ ଉପସ୍ଥିତିରେ ଏଏନ୍ପି କର୍ମୀଙ୍କୁ ନେଇ ଏକ ବୈଠକ ଚାଲିଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ସେତେବେଳେ ସେଠାରେ ୩୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ।
ବିସ୍ଫୋରଣରେ ହାରୁନ୍ ଗୁରୁତର ଭାବେ ଆହତ ହୋଇଥିଲେ। ଅନ୍ୟ ଆହତଙ୍କ ସହିତ ତାଙ୍କୁ ବି ଲେଡି ରିଡିଙ୍ଗ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପାକିସ୍ତାନ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣରେ ୧୨ କିଲୋଗ୍ରାମ୍ର ବିସ୍ଫୋରକ ବ୍ୟବହାର କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୨ରେ ହାରୁନ୍ ବିଲ୍ଲୌରଙ୍କ ବାପା ବଶୀର ଅହମଦ ବିଲ୍ଲୌରଙ୍କୁ ମଧ୍ୟ ଏହିଭଳି ଢଙ୍ଗରେ ହତ୍ୟା କରାଯାଇଥିଲା। ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା।
from OdishaReporter https://ift.tt/2L1O8gk
No comments:
Post a Comment