ଫାଇନାଲ୍‌ରେ ଫ୍ରାନ୍‌ସ; ଆଜି ଇଂଲଣ୍ଡ-କ୍ରୋଏସିଆ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଫାଇନାଲ୍‌ରେ ଫ୍ରାନ୍‌ସ; ଆଜି ଇଂଲଣ୍ଡ-କ୍ରୋଏସିଆ ଲଢ଼େଇ

france

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିଯାଇଛି ଫ୍ରାନ୍‌ସ। ପ୍ରଥମ ଦଳ ଭାବେ ଫ୍ରାନ୍‌ସ ଫାଇନାଲ୍‌ରେ ପହଞ୍ଚିଛି।

ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍‌ରେ ବେଲ୍‌ଜିୟମ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍‌ସ ଫାଇନାଲ୍‌ରେ ପାଦ ଥାପିଛି। ଏହା ସହିତ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିବାକୁ ଦଳ ସୁଯୋଗ ପାଇଛି। ଏହା ପୂର୍ବରୁ ୧୯୯୮ ମସିହାରେ ଫ୍ରାନ୍‌ସ ବିଶ୍ୱ ବିଜୟୀ ହୋଇଥିଲା।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା। ତେବେ ୫୧ତମ ମିନିଟ୍‌ରେ ଫ୍ରାନ୍‌ସ ଏକ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଆଣ୍ଟୋନି ଗ୍ରୀଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରିଥିଲେ ଡିଫେଣ୍ଡର ସାମୁଏଲ୍ ଉଁତିତି।

ବୁଧବାର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯିବ। ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ରବିବାର ଫାଇନାଲ୍‌ ମ୍ୟାଚ୍ ଖେଳାଯିବ।

 



from OdishaReporter https://ift.tt/2NICuFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages