ବଲିଉଡ୍‌ରେ ପାଦ ଥାପିବେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ବଲିଉଡ୍‌ରେ ପାଦ ଥାପିବେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

uuu

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଓ କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ପ୍ରେମ ଓ ବିବାହ କିଛି ନୂଆ କଥା ନୁହେଁ। ଏହାର ଅନେକ ଉଦାହରଣ ରହିଛି। ତେବେ ଏବେ ଏକ ନୂଆ ଖବର ଆସିଛି। ଜଣେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ସ୍ତ୍ରୀ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କ ନାଁ ହସୀନ୍‌ ଜହାନ୍। ସେ ହେଉଛନ୍ତି ମୋହମ୍ମଦ ଶମୀଙ୍କ ସ୍ତ୍ରୀ। ଅବଶ୍ୟ ଦୁହେଁ ଆଉ ଏକାଠି ରହୁ ନାହାଁନ୍ତି।

mohmmad

ମୁମ୍ବାଇରେ ମଡେଲିଂ କରୁଥିବା ହସୀନ୍‌ ନିର୍ଦ୍ଦେଶକ ଅମ୍‌ଜଦ୍‌ ଖାନ୍‌ଙ୍କ ଫିଲ୍ମ ‘ଫତ୍‌ୱା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ସେ ଜଣେ ସାମ୍ୱାଦିକାଙ୍କ ଭୂମିକାରେ ଅଭିନୟ କରିବେ। ଏହା ଭିତରେ ସେ ନିଜ ଓଜନ ୧୫ କିଲୋଗ୍ରାମ ହ୍ରାସ କରିସାରିଛନ୍ତି।

hasin

ହସୀନ୍‌ କହିଛନ୍ତି,“ଏବେ ମୋ ପାଇଁ କାମ କରିବା ଜରୁରୀ ହୋଇପଡ଼ିଛି। ନ ହେଲେ ମୁଁ କେମିତି ଚଳିବି। ଛୁଆର ଲାଳନପାଳନ କେମିତି କରିବି। ପୁଣି ଆଇନଗତ ଲଢ଼େଇ ପାଇଁ ବି ମୋର ଟଙ୍କା ଦରକାର। ଏଥିପାଇଁ ଅମ୍‌ଜଦ୍‌ଙ୍କ ସହ ଯୋଗାଯୋଗ କଲି ଓ ସେ ରାଜି ହୋଇଗଲେ।”

ମୋହମ୍ମଦ ଶମୀଙ୍କ ବିରୋଧରେ ହସୀନ୍‌ ଧୋକା, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ସହ ଆହୁରି ଅନେକ ଅଭିଯୋଗ କରିଥିଲେ। ଚାରି ମାସ ତଳେ ସେ ଶମୀଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଶମୀଙ୍କ ବିରୋଧରେ ସେ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ମଧ୍ୟ କରିଥିଲେ। ତେବେ ବିସିସିଆଇ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା।

ହସୀନ୍‌ ଜଣେ ପ୍ରୋଫେସ୍‌ନାଲ୍‌ ମଡେଲ୍‌ ଥିଲେ। କୋଲକାତା ନାଇଟ୍ ରାଇଡର୍ସ ପାଇଁ ସେ ଚୀୟର ଲିଡର ଭାବେ ମଧ୍ୟ କାମ କରିଥିଲେ। ୨୦୧୪ରେ ସେ ଶମୀଙ୍କୁ ବାହା ହେବା ପରେ ମଡେଲିଂ ଛାଡ଼ି ଦେଇଥିଲେ।



from OdishaReporter https://ift.tt/2KSbE00

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages