
ଲକ୍ଷ୍ମୀପୁର (ଓଡ଼ିଶା ରିପୋର୍ଟର): ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଅଭଦ୍ର ଭାଷାରେ ଗାଳି କରିବା ସହିତ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୁଲିସ୍ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀପୁରଠାରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଫେସ୍ବୁକ୍ରେ ଏକ ପୋଷ୍ଟ୍ ହୋଇଥିଲା। ଏଥିରେ ନିଜ ମତ ରଖିଥିଲେ ନୀଳାଦ୍ରି। ଏହାପରେ ଫେସ୍ବୁକ୍ରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ତାଙ୍କୁ ମୋବାଇଲ୍ ନମ୍ବର ମାଗିଥିଲେ। ନୀଳାଦ୍ରି ବି ଦେଇ ଦେଇଥିଲେ। ତେବେ ବିଧାୟକ ତାଙ୍କୁ ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଅନ୍ୟପକ୍ଷରେ ବିଧାୟକ କହିଛନ୍ତି,“ଟିକିରି ଅଞ୍ଚଳର ରାସ୍ତାକୁ ନେଇ ସେ ବ୍ୟକ୍ତି ଜଣକ ମୋ ସହିତ ଖରାପ ବ୍ୟବହାର କରିଛନ୍ତି। ମୁଁ ତାଙ୍କ ସହିତ ଖରାପ ବ୍ୟବହାର କରିନାହିଁ।”
from OdishaReporter https://ift.tt/2maQQlV
No comments:
Post a Comment