ଛଟପଟ ହେଉଥିଲେ ଦୁର୍ଘଟଣା ଆହତ ଡ୍ରାଇଭର: ସାହାଯ୍ୟ ବଦଳରେ ଜିନିଷ ଲୁଟିବାରେ ଲାଗିଗଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଛଟପଟ ହେଉଥିଲେ ଦୁର୍ଘଟଣା ଆହତ ଡ୍ରାଇଭର: ସାହାଯ୍ୟ ବଦଳରେ ଜିନିଷ ଲୁଟିବାରେ ଲାଗିଗଲେ ଲୋକେ

truck

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଡାଳପକା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଗୋଟିଏ ଟ୍ରକ ଓ ଏକ ତେଲ ଟ୍ୟାଙ୍କର୍‌ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଡ୍ରାଇଭର ଗୁରୁତର ଆହତ ସହାୟତା ପାଇଁ ଚିତ୍କାର କରୁଥିଲେ। ହେଲେ ସବୁ ମାନବିକତାକୁ ଭୁଲି କିଛି ଲୋକ ଟ୍ରକ୍‌ରେ ଥିବା ଜିନିଷ ଲୁଟ୍‌ କରିବାରେ ଲାଗି ପଡ଼ିଥିଲେ। ଯାହା ଆଜିର ସମାଜରେ ମଣିଷର ମନବିକତା ଉପରେ ପ୍ରଶ୍ନ ଉଠାଇଛି।

ଦୁର୍ଘଟଣା ପରେ ଗାଡ଼ି ହେଲ୍‌ପର ଫେରାର ହୋଇଯାଇଥିଲେ। ସାଙ୍ଗେ ସଙ୍ଗେ ଆଖପାଖ ଲୋକେ ସେଠାରେ ଠୁଳ ହୋଇଯାଇଥିଲେ। ଡ୍ରାଇଭର ଦୁଇଜଣ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ। ସେମାନଙ୍କୁ ଡାକ୍ତରଖାନା ନେବା କିମ୍ବା ଆମ୍ବୁଲାନ୍ସକୁ ଫୋନ୍‌ କରିବାକୁ କେହି ଉଚିତ ମଣି ନଥିଲେ। ଟ୍ରକ୍‌ରେ ଥିବା ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟ୍ ଓ ଟ୍ୟାଙ୍କରରୁ ତେଲ ନେବାକୁ ଭିଡ଼ ଜମି ଯାଇଥିଲା। ବିଶେଷ କରି ସ୍ନାକ୍ସ ଟ୍ରକ୍‌ ପାଖରେ ଲୋକଙ୍କ ଭିଡ଼ ଜମିଥିଲା।  ଯିଏ ଯାହା ପାରିଲା ନେଇଯାଉଥିଲେ। ଜଣେ ଟ୍ରକ୍‌ରୁ ସ୍ନାକ୍ସ ବାହାର କରି ପକାଇ ଦେଉଥିଲା। ତଳେ ଛିଡ଼ା ହୋଇଥିବା ଲୋକେ ଚିଲ, ସାଗୁଣା ପରି ଉକ୍ତ ପ୍ୟାକେଟକୁ ଟଣାଓଟରା ହେଉଥିଲେ।

ପରେ ଖବର ପାଇ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚିବା ପରେ ଆମ୍ବୁଲାନ୍ସରେ ଦୁଇ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନେଇଥିଲା।



from OdishaReporter https://ift.tt/2mTWmJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages