
ନୂଆଦିଲ୍ଲୀ: ଅନେକ ରାଜନୈତିକ ଦଳର ନେତାମାନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବା ଅଭିଯୋଗ ରହିଛି। ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ଦଳର ପ୍ରାୟ ୧୬ ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପହରଣ ସମ୍ୱନ୍ଧିତ ଅପରାଧିକ ମାମଲା ରୁଜୁ ହୋଇଛି। ଯାହା ଭାରତର କୌଣସି ରାଜନୈତିକ ଦଳଠାରୁ ସବୁଠାରୁ ଅଧିକ। ବର୍ତ୍ତମାନ ଉପସ୍ଥିତ ଥିବା ୪,୮୬୭ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ଏହି ତଥ୍ୟ ଖୁଲାସା ହୋଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ଦ୍ୱାରା ଗତକାଲି ଏହି ତାଲିକା ଜାରି କରାଯାଇଛି।
୭୭୦ ସାଂସଦ ଓ ୪,୦୮୬ ବିଧାୟକଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ୧,୦୨୪ ବା ୨୧ ପ୍ରତିଶତ ଦେଶର ସାଂସଦ-ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୬୪ ଜଣ ନିଜ ବିରୋଧରେ ଅପହରଣ ସମ୍ୱନ୍ଧିତ ମାମଲା ଥିବା ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭ଜଣ ବିଭିନ୍ନ ରାଜନୈତିକ ଦଳ ସହ ଜଡ଼ିତ ଅଛନ୍ତି। ୪ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ।
ସେହିପରି କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳର ୧୨ ଜଣ ସଦସ୍ୟ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର ଅନୁସାରେ , ରାଷ୍ଟ୍ରବାଦୀ କଂଗ୍ରେସର ଦଳର ୫ ଜଣ, ବିଜୁ ଜନତା ଦଳ ଓ ଡିଏମ୍କେର ୮, ସମାଜବାଦୀ ପାର୍ଟି ଓ ଟିଡିପି ୬ ଜଣ, ତୃଣମୂଳ କଂଗ୍ରେସ, ସିପିଆଇଏମ୍ ଓ ଶିବସେନାର ୨ ସଦସ୍ୟ ସାମିଲ ଅଛନ୍ତି।
ଏହି ତାଲିକାରେ ଜନଶକ୍ତି ପାର୍ଟି, ଜେଡିୟୁ, ଟିଆର୍ଏସ୍ ଓ ଉତ୍ତରପ୍ରଦେଶର ନିଶାଦ ପାର୍ଟିର ୨ ଜଣ ସଦସ୍ୟଙ୍କ ନାଁ ଏହି ତାଲିକାରେ ରହିଛି।
ଅପହରଣ ସମ୍ୱଦ୍ଧିତ ଅଭିଯୋଗ ଥିବା ବଧାୟକଙ୍କ ମଧ୍ୟରୁ ବିହାର ଓ ଉତ୍ତରପ୍ରଦେଶରୁ ୧୮ ଜଣ ଅଛନ୍ତି । ମହାରାଷ୍ଟ୍ରରୁ ୮, ପଶ୍ଚିମବଙ୍ଗରୁ ୬, ଓଡ଼ିଶା ଏବଂ ତାମିଲନାଡୁରୁ ୪, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରୁ ୩ ଓ ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ପଞ୍ଚାବ, ତେଲେଙ୍ଗନାରେ ଜଣେ ଜଣେ ସଦସ୍ୟ ସାମିଲ ଅଛନ୍ତି।
from OdishaReporter https://ift.tt/2Kcj6hr
No comments:
Post a Comment