ପ୍ରତ୍ୟାହାର ହେଲା ମହାରାଷ୍ଟ୍ର ବନ୍ଦ୍, ହେଲେ ଜାରି ରହିବ ବିକ୍ଷୋଭ ଶୋଭାଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ପ୍ରତ୍ୟାହାର ହେଲା ମହାରାଷ୍ଟ୍ର ବନ୍ଦ୍, ହେଲେ ଜାରି ରହିବ ବିକ୍ଷୋଭ ଶୋଭାଯାତ୍ରା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମରାଠାମାନଙ୍କୁ ସଂରକ୍ଷଣ ପ୍ରଦାନ ଦାବିରେ ମୁମ୍ବାଇରେ ଚାଲିଥିବା ବନ୍ଦ ପ୍ରତ୍ୟାହୃତ ହୋଇଛି। ‘ମରାଠା କ୍ରାନ୍ତି ମୋର୍ଚ୍ଚା’ ପକ୍ଷରୁ ଗତକାଲିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରିନେଇଛି ମୋର୍ଚ୍ଚା। ମରାଠୀଙ୍କୁ ସଂରକ୍ଷଣ ପ୍ରଦାନ ନେଇ ଗତାକାଲିଠାରୁ ଚକା ଜାମ୍ କରିଥିଲା ମୋର୍ଚ୍ଚା। ତେବେ ଦାବି ହାସଲ ପାଇଁ ବିକ୍ଷୋଭ ଶୋଭାଯାତ୍ରା ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁଇଦିନ ଧରି ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌-ୱେରେ ଜୀବନଯାତ୍ରା ଠପ୍ କରି ଦେଇଥିଲେ। ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁ ମୁମ୍ବାଇର ସବୁଠାରୁ ଅଧିକ ଗାଡ଼ି ଚଳାଚଳ କରୁଥିବା ଇଷ୍ଟର୍ଣ୍ଣ ଏକ୍ସପ୍ରେସ-ୱେରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ମୁମ୍ବାଇ ସହିତ ନଭି-ମୁମ୍ବାଇ ଓ ଥାନେରେ ମଧ୍ୟ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି। ନଭି-ମୁମ୍ବାଇରେ ଉତ୍ତ୍ୟକ୍ତ ଲୋକମାନେ ବସ୍ ଉପରକୁ ଟେକା ପଥର ମାଡ଼ କରିବା ସହ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା।

 



from OdishaReporter https://ift.tt/2JQtco9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages