ହାତ ଛାଡ଼ିଲେ ଦୁଷ୍ମନ୍ତ, ଶଙ୍ଖ ଧରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ହାତ ଛାଡ଼ିଲେ ଦୁଷ୍ମନ୍ତ, ଶଙ୍ଖ ଧରିବେ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦଳୀୟ କର୍ମୀ ଓ ପଞ୍ଚାୟତ ସ୍ତରୀୟ ନେତାଙ୍କ ସହ ସେ ବିଜେଡିରେ ଯୋଗ ଦେବେ।

ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳ ଛାଡ଼ିଛନ୍ତି। ତେବେ କଂଗ୍ରେସର ସ୍ଥାନୀୟ ନେତୃତ୍ୱ ଉପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ଦୁଷ୍ମନ୍ତ କହିଛନ୍ତି,“ଲୁଲୁ ମହାପାତ୍ର ଥିଲେ ମୋର ରାଜନୈତିକ ଗୁରୁ। ତାଙ୍କ ଦେହାନ୍ତ ପରେ କର୍ମୀଙ୍କ ପରାମର୍ଶରେ ଦଳ ଛାଡ଼ିଲି। ଏ ଅଞ୍ଚଳ ବିକାଶ ପାଇଁ କର୍ମୀଙ୍କ ସହ ବିଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି।”

ଦୁଷ୍ମନ୍ତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାକୁ ଯାଇଥିଲେ।



from OdishaReporter https://ift.tt/2zrRTqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages