ରାତିରେ ଘିଙ୍ଗୁଡ଼ି ମାରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ରାତିରେ ଘିଙ୍ଗୁଡ଼ି ମାରୁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

snoring

ପ୍ରାୟ ସମସ୍ତଙ୍କ ଘରେ କେହି ନା କେହି ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାଆନ୍ତି। ସେ ତ ଘୁଙ୍ଗୁଡ଼ି ମାରି ଶୋଇ ଯାଆନ୍ତି, କିନ୍ତୁ ତାଙ୍କ ପାଖରେ ଯିଏ ଶୋଇଥାଏ, ତା’ର ଅବସ୍ଥା ଖରାପ ହୋଇଯାଏ। ଘୁଙ୍ଗୁଡ଼ି ଶବ୍ଦରେ ତାଙ୍କୁ ନିଦ ହୁଏ ନାହିଁ। ରାତିରେ ଭଲ ନିଦ ନ ହେଲେ ଦିନ ସାରା କେମିତି ଅନୁଭବ ହୁଏ, ତାହା ତ ଆପଣ ନିଶ୍ଚିତ ଜାଣିଥିବେ। ଯଦି ଆପଣ ବି ଘୁଙ୍ଗୁଡ଼ି ମାରୁ ଥାଆନ୍ତି, ତା’ହେଲେ ଏହାକୁ ଦୂର କରିବାକୁ ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିବନି। କିଛି ଘରୋଇ ଉପଚାର ମାଧ୍ୟମରେ ଆପଣ ଆପଣଙ୍କର ଘୁଙ୍ଗୁଡ଼ି ସମସ୍ୟାକୁ ବନ୍ଦ କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ।

୧) ହଳଦୀ ଓ ମହୁ– ଏକ କପ୍‌ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରତିଦିନ ଶୋଇବା ପୂର୍ବରୁ ଏହି ପାଣିକୁ ପିଅନ୍ତୁ। ଏପରି କଲେ ମାତ୍ର କିଛି ଦିନରେ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ମିଳିବ।

୨) ଗୁଜୁରାତି– ପ୍ରତିଦିନ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୁଜୁରାତି ଗୁଣ୍ଡ ମିଶାଇ ପିଅନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ।

୩) ହଳଦୀ ଓ କ୍ଷୀର– ହଳଦୀ ଅନେକ ରୋଗ ପାଇଁ ରାମବାଣ ପରି କାମ କରେ। ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ।  ଏହାଦ୍ୱାରା ଆପଣଙ୍କର ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ।

୪) ପୋଦିନା ତେଲ– ଶୋଇବା ପୂର୍ବରୁ ପାଣିରେ କେଇ ବୁନ୍ଦା ପୋଦିନା ତେଲ ପକାଇ କୁଳି କରନ୍ତୁ। ଏହା ଦ୍ୱାରା ନାକରେ ନିଶ୍ୱାସ-ପ୍ରଶ୍ୱାସ ନେବା ସହଜ ହୋଇଯାଏ। ଫଳରେ ଆପଣଙ୍କର ଘୁଙ୍ଗୁଡ଼ି ବନ୍ଦ ହୋଇଯିବ। ଆପଣ ଚାହିଁଲେ ନାକରେ ମଧ୍ୟ ପୋଦିନା ତେଲ ଲଗାଇ ଶୋଇପାରିବେ।



from OdishaReporter https://ift.tt/2zyh7UG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages