ଯାହା ପାଉଥିଲେ ଚୋରି କରୁଥିଲେ,୩୩ ପ୍ରକାର ସାମଗ୍ରୀ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଯାହା ପାଉଥିଲେ ଚୋରି କରୁଥିଲେ,୩୩ ପ୍ରକାର ସାମଗ୍ରୀ ଜବତ

thivs

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଶେଖର ଥାନା ପୁଲିସ୍‌ ହାତରେ ଧରାପଡ଼ିଛି ଜଣେ ବଡ଼ ଲୁଟେରା। ଲୁଟେରା ଜଣକ ହେଲା ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ।

ତାଙ୍କ ପାଖରୁ ବହୁମାତ୍ରାରେ ଲୁଟ୍ ସାମଗ୍ରୀ ଜବତ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି  ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍‌, ୨୭ଟି ହାତଘଣ୍ଟା, ୩ଟି ଟାବ୍‌ଲେଟ୍, ୨ଟି ଏଲ୍ଇଡି ଟିଭି, ୩ଟି ଡିଜିଟାଲ୍‌ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କ, କାଲ୍‌କୁଲେଟର, ଗିଟାର, ମ୍ୟୁଜିକ୍‌ ସିଷ୍ଟମ୍‌ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ଜବତ ହୋଇଛି।

ଚୋରି କରିଥିବା ୩୩ ପ୍ରକାର ସାମଗ୍ରୀ ସହ ଗୋଟିଏ ବାଇକ୍‌,  ଏବଂ ଘର ଭାଙ୍ଗିବା ଲାଗି ହତଆର ଜବତ କରିଛି ପୁଲିସ୍। ତା’ଠାରୁ ପାସ୍‌ପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ ହୋଇଛି।

 

 



from OdishaReporter https://ift.tt/2JVgkgB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages