ମଙ୍ଗଳରେ ପାଣି: ମାଟି ତଳେ ବିଶାଳକାୟ ହ୍ରଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ମଙ୍ଗଳରେ ପାଣି: ମାଟି ତଳେ ବିଶାଳକାୟ ହ୍ରଦ

mars

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ମାଟି ତଳେ ଏକ ବିଶାଳ ହ୍ରଦ ଥିବା ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଜାଣିବାକୁ ପାଇଛନ୍ତି। ଏହା ଫଳରେ ସେଠାରେ ଅଧିକ ଜଳଉତ୍ସ ଓ ଜୀବସତ୍ତା ରହିଥିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ ‘ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ ସାଇନ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଗବେଷକମାନେ କହିଛନ୍ତି ଯେ, ମାଟି ତଳେ ଯେଉଁ ହ୍ରଦର ସନ୍ଧାନ ମିଳିଛି ତା’ର ଓସାର ପ୍ରାୟ ୨୦ କିଲୋମିଟର। ମଙ୍ଗଳରେ ଏ ପର୍ଯ୍ୟନ୍ତ ଯେତିକି ଜଳଉତ୍ସ ଠାବ କରାଯାଇଛି ତାଗ୍ଦ ଭିତରେ ଏହା ସବୁଠୁ ବଡ଼। ଅଷ୍ଟ୍ରେଲିଆର ସ୍ୱିନବର୍ନ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ୍ ପ୍ରଫେସର ଏଲନ୍ ଡଫି କହିଛନ୍ତି ଯେ ଏହା ଏକ ବଡ଼ ସଫଳତା। ଏହା ଦ୍ୱାରା ସେଠାରେ ଜୀବସତ୍ତା ଥିବାର ସମ୍ଭାବନା ଆହୁରି ବଢ଼ିଯାଇଛି।

ସୂଚନାଯୋଗ୍ୟ, ୨୦୧୨ରେ ମଙ୍ଗଳ ଗ୍ରହକୁ ଯାଇଥିବା ରୋବୋଟ୍‌ କ୍ୟୁରିୟୋସିଟିକୁ ଚଟାଣରୁ ତିନି ବିଲିୟନ୍‌ ବର୍ଷ ପୁରୁଣା କାର୍ବନିକ ଅଣୁ ମିଳିଥିବା ଆମେରିକା ଅନ୍ତରୀକ୍ଷ ଏଜେନ୍ସି ଘୋଷଣା କରିଥିଲା। ମଙ୍ଗଳରେ ଜୀବସତ୍ତାକୁ ଏହା ସୂଚାଉଛି ବୋଲି ଅନ୍ତରୀକ୍ଷ ବିଜ୍ଞାନ ଉପରେ ଗବେଷଣା କରୁଥିବା କିଛି ବିଶେଷଜ୍ଞ ମତ ଦେଉଛନ୍ତି। ତେବେ ଏହି ଅଣୁ କେମିତି ସୃଷ୍ଟି ହେଲା, ଏହା ଜୀବନ ସୃଷ୍ଟିକାରୀ ଅଣୁ କି ନୁହେଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।



from OdishaReporter https://ift.tt/2mIvNar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages