ମାଲକାନଗିରି (ଜିତେନ୍ଦ୍ର ବେଉରା): କାଦୁଆ ପଚ ପଚ ରାସ୍ତାରେ ଆସି ପାରିଲାନି ଆମ୍ବୁଲାନ୍ସ। ବାଧ୍ୟ ହୋଇ ରୋଗୀଙ୍କୁ ଖଟିଆରେ ନେବାକୁ ପଡ଼ିଥିଲା। ହେଲେ ବାଟରେ ରୋଗୀଙ୍କ ଜୀବନ ଚାଲିଗଲା। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ କାଦଗୁଡ଼ା ଗାଁରେ।
ଗାଁର ଜମ୍ବତୀ କଂସାରୀଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନଥିଲା। ଶେଷରେ ପରିବାର ଲୋକେ ଖଟିଆରେ ଜମ୍ବତୀଙ୍କୁ ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ତାଙ୍କୁ ଗୋବିନ୍ଦପାଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
from OdishaReporter https://ift.tt/2LoVMyq
No comments:
Post a Comment