ସାବଧାନ୍! ବର୍ଷା ଦିନେ ଏସବୁ ଖାଦ୍ୟ ଖାଆନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ସାବଧାନ୍! ବର୍ଷା ଦିନେ ଏସବୁ ଖାଦ୍ୟ ଖାଆନ୍ତୁ ନାହିଁ

rainy season

ବର୍ଷା ଋତୁ ଆରମ୍ଭ ହୋଇସାରିଛି। ଏହି ଋତୁରେ ଟିକେ ଜଗିରଖି ଚଳିବାକୁ ପରାମର୍ଶ ଦିଆଯାଏ। କାରଣ ଏହି ଦିନରେ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ। ତା’ସହିତ ଖାଦ୍ୟପେୟ ପ୍ରତି ବି ଯତ୍ନବାନ ହେବାକୁ କୁହାଯାଏ। ବାହାର ଜିନିଷ ନଖାଇବାକୁ କୁହାଯାଏ। ତେବେ ବର୍ଷା ଦିନେ ଘରେ ମଧ୍ୟ ରୋଷେଇ କରି କିଛି ଖାଦ୍ୟ ଖାଇବାକୁ ମନା କରାଯାଏ। କାରଣ ବର୍ଷା ଦିନେ ଏଗୁଡ଼ିକୁ ଖାଇଲେ ଦେହ ଖରାପ ହୁଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଏହି ଋତୁରେ କେଉଁ ସବୁ ଜିନିଷ ନଖାଇଲେ ଭଲ।

ଶାଗ: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ। କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ। ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ। ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ।

ଛଣା ଖାଦ୍ୟ: ବର୍ଷା ଦିନେ ପ୍ରାୟ ସମସ୍ତେ ପକୁଡ଼ି, ଆଳୁଚପ୍ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି। ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଆଣନ୍ତି। କିନ୍ତୁ ଜାଣନ୍ତି, ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ। ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରହନ୍ତୁ।

ମାଛ: ବର୍ଷା ଋତୁରେ ନଦୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି। କିନ୍ତୁ ଏହି ଦିନେ ମାଛ ଖାଇବାକୁ ମନା କରାଯାଏ। ବର୍ଷା ପାଗରେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇ ନଥାଏ ବୋଲି କୁହାଯାଏ। ତେବେ ଚିକେନ୍ ଓ ମଟନ୍ ଖାଇପାରିବେ।

ବାସି ଖାଦ୍ୟ: ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କାରଣ ବର୍ଷା ଋତୁରେ ହ୍ୟୁମିଡିଟି ବହୁତ ଅଧିକ ରହେ। ଫଳରେ ରାତିର ବଳକା ଖାଦ୍ୟ ୬ ଘଣ୍ଟାରେ ପଚିବା ଆରମ୍ଭ ହୋଇଯାଏ ଓ ଖାଦ୍ୟ ଖରାପ ହୋଇଯାଏ। ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ। ତେଣୁ ବର୍ଷା ଦିନେ କେବଳ ଗରମ ଗରମ ଖାଦ୍ୟ ଖାଆନ୍ତୁ।



from OdishaReporter https://ift.tt/2L3K5kK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages