କାହିଁକି କମିଲା ମ୍ୟାଜିକ୍ ନମ୍ବର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କାହିଁକି କମିଲା ମ୍ୟାଜିକ୍ ନମ୍ବର?

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରଥମଥର ପାଇଁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଅନାସ୍ଥା ଭୋଟ୍‌ରେ ସରକାର ଗଠନ ପାଇଁ ପୂର୍ବରୁ ମ୍ୟାଜିକ୍ ନମ୍ବର ୨୭୨ ଥିବାବେଳେ ଗତକାଲି ସୁଦ୍ଧା ଏହା ୨୬୮ରେ ପହଞ୍ଚିଥିଲା। କାରଣ ଲୋକସଭାର ମୋଟ୍‌ ଆସନ ସଂଖ୍ୟା ୫୪୫ ହୋଇଥିବା ବେଳେ ବାଚସ୍ପତି ଓ ୧୦ଟି ପଦବୀ ଖାଲି ପଡ଼ିଥିବାରୁ ଏହି ସଂଖ୍ୟା ୫୩୪କୁ ଖସି ଆସିଥିଲା। ସେହିପରି ଗତକାଲି ଓଡ଼ିଶାରେ କ୍ଷମତାସୀନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଓ କେରଳର କଂଗ୍ରେସ ସାଂସଦ ଜୋସ୍‌ କେ.ମଣି ନିଜ ପଦରୁ ଇସ୍ତଫା ଦେଇଥିବା ବାଚସ୍ପିତି ଗୃହକୁ ଅବଗତ କରାଇଥିଲେ। ଫଳରେ ଲୋକସଭାର ଆସନ ସଂଖ୍ୟା ୫୩୨କୁ ଖସି ଆସିଥିଲା। ଆଜି ସକାଳୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେଡିର ୧୯ ଜଣ ଓ ଶିବସେନାର ୧୮ ଜଣ ସାଂସଦ ଅନାସ୍ଥା ଭୋଟ୍‌ରୁ ଦୂରେଇ ଯାଇଥିଲେ। ବିଜଡି କକ୍ଷତ୍ୟାଗ କରିଥିବା ବେଳେ ଶିବସେନା ଭୋଟିଂରେ ସାମିଲ ହେବନାହିଁ ବୋଲି କହିଛନ୍ତି। ଏହି ୩୭ ଜଣ ସାଂସଦଙ୍କ ଅନୁପସ୍ଥିତି ଯୋଗୁ ଲୋକସଭା ଆସନ ସଂଖ୍ୟା ୪୯୫କୁ ଖସି ଆସିଛି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୪୯। ବିଜେପି ପାଖରେ ଏକାକୀ ୨୭୩ ଜଣ ସାଂସଦ ଥିବା ବେଳେ ଶିବସେନାକୁ ବାଦ୍ ଦେଇ ଏନଡିଏ ସାଂସଦଙ୍କ ସଂଖ୍ୟା ହେଉଛି ୨୯୫। ଏଆଇଏଡିଏମ୍‌କେ ବିଜେପିକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି।



from OdishaReporter https://ift.tt/2muPiDj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages