ବଜ୍ରପାତ ନେଲା ୧୫ ଜୀବନ: କେମିତି ରହିବେ ସତର୍କ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ବଜ୍ରପାତ ନେଲା ୧୫ ଜୀବନ: କେମିତି ରହିବେ ସତର୍କ ପଢ଼ନ୍ତୁ

lightening-bolt-tree-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ ବିପତ୍ତି ସାଜିଲାଣି ବଜ୍ରପାତା। ଆଜି ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ଯାଇଛି ୧୫ରୁ ଅଧିକ ଜୀବନ। ବାଲେଶ୍ୱରରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଛି।

ବଜ୍ର ବିପତ୍ତିରେ ପୁଣି ଗଲା ୧୫ରୁ ଅଧିକ ଜୀବନ। ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ବଜ୍ରପାତରେ ଟଳି ପଡ଼ିଛନ୍ତି ୧୫ଜଣ ଶ୍ରମିକ ଶ୍ରେଣୀର ଲୋକ। କେବଳ ବାଲେଶ୍ୱରରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଂଜରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏମାନେ ସମସ୍ତେ ପ୍ରାୟତଃ ବିଲରେ କାମ କଲାବେଳେ ବଜ୍ରପାତରେ ଶିକାର ହୋଇଛନ୍ତି।

କାଳ ହେଲାଣି ବଜ୍ରପାତ: କାଳ ସାଜିଛି ବଜ୍ରପାତ। ତଥ୍ୟ ଅନୁସାରେ ୨୦୧୮-୧୯ରେ ଓଡ଼ିଶାରେ ବଜ୍ରାଘାତରେ ଗଲାଣି ୧୬୩ଟି ଜୀବନା ୨୦୧୩-୧୪ରୁ ବର୍ତ୍ତମାନ ସୁଦ୍ଧା ୨୧୦୦ ଜଣଙ୍କ ମୃତ୍ୟୁ ହେଲାଣି। ଏହାଛଡ଼ା ଶତାଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି।

କେମିତି ରହିବେ ସତର୍କ

୧: ବଜ୍ରପାତ ମାରିଲେ ଖୋଲା ସ୍ଥାନରୁ ପକ୍କା ଘର ଭିତରକୁ ଚାଲି ଆସନ୍ତୁ।

୨: ଗଛ କିମ୍ୱା ବୁଦା ତଳେ ଆଦୌ ଆଶ୍ରୟ ନିଅନ୍ତୁ ନାହିଁ।

୩: ଟେଲିଫୋନ୍‌ କିମ୍ୱା ମୋବାଇଲରେ କଥା ହୁଅନ୍ତୁ ନାହିଁ।

୪: ଘର ଭିତରେ ରହିବା ବେଳେ କାନ୍ଥ, ଝରକା ଓ କବାଟଠାରୁ ଦୂରେଇ ରହିବ।

୫: ପାଣିଠାରୁ ଦୂରେଇ ରହିନ୍ତୁେ।

୬: ଘରଠାରୁ ଦୂର ସ୍ଥାନରେ ଥିଲେ ଖାଲୁଆ ଜାଗା ଦେଖି ଜାକିଜୁକି ହୋଇ ବସିଯାଆନ୍ତୁ।



from OdishaReporter https://ift.tt/2L7M7Al

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages