୫ଟି ସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି ଇମ୍ରାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

୫ଟି ସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି ଇମ୍ରାନ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ଆଜି ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ତେଣୁ ସାରା ବିଶ୍ୱର ନିଜର ଏବେ ପାକିସ୍ତାନ ଉପରେ। ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ଏହି ଦେଶର ଭବିଷ୍ୟତ କାହା ହାତକୁ ଯିବ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। କ୍ରିକେଟର୍‌ରୁ ରାଜନେତା ସାଜିଥିବା ଇମ୍ରାନ୍ ଖାନ୍‌ଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’ ଏଥର ବାଜି ମାରିପାରେ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଇମ୍ରାନ୍‌ ଏଥର ୫ଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି।  ଦେଶର ଭିନ୍ନ ଭିନ୍ନ ୫ଟି ସଂସଦୀୟ କ୍ଷେତ୍ରରୁ ସେ ପ୍ରାର୍ଥୀ ହୋଇଛନ୍ତି।

imran‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’ (ପିଟିଆଇ)ର ମୁଖ୍ୟ ଇମ୍ରାନ୍‌ ପଞ୍ଜାବରୁ ୩ଟି ଆସନରେ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଖୈବର ପଖ୍‌ତୁନ୍‌ଖ୍ୱା ଏବଂ ସିନ୍ଧ ଅଞ୍ଚଳରୁ ଗୋଟିଏ ଲେଖାଏ ଆସନରେ ପ୍ରାର୍ଥୀ ହୋଇଛନ୍ତି। ଦେଶର ସବୁ ଅଞ୍ଚଳରେ ନିଜ ସପକ୍ଷରେ ମାହୋଲ ସୃଷ୍ଟି କରିବା ପାଇଁ ସେ ଏକାଧିକ ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୋଲି କୁହାଯାଉଛି।

୨୦୧୩ ସାଧାରଣ ନିର୍ବାଚନରେ ଇମ୍ରାନ୍‌ ୪ଟି ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ଲାହୋର, ରାୱଲ୍‌ପିଣ୍ଡି, ପେଶାୱର ଓ ମିଆଁୱାଲୀରୁ ନିର୍ବାଚନ ଲଢ଼ିଥିଲେ। ଲାହୋରରେ ସେ ପରାଜିତ ହୋଇଥିବା ବେଳେ ଅନ୍ୟ ୩ଟି ସ୍ଥାନରୁ ଜିତିଥିଲେ। ପରେ ସେ ପେଶାୱର ଓ ମିଆଁୱାଲୀ ଆସନ ଛାଡ଼ି ଦେଇଥିଲେ। ଉପ ନିର୍ବାଚନରେ ଏହି ଦୁଇଟି ଆସନରେ ତାଙ୍କ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Shehbaz-sharif୪ଟି ଆସନରେ ପ୍ରାର୍ଥୀ ହୋଇଛନ୍ତି ନୱାଜ ଶରିଫ୍‌ଙ୍କ ଭାଇ

ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌)ର ଅଧ୍ୟକ୍ଷ ନୱାଜ୍ ଶରିଫ୍‌ଙ୍କ ଭାଇ ଶହବାଜ୍ ଶରିଫ୍‌ ୪ଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି। ସେ ଲାହୋର, ଡେରା ଗାଜୀ ଖାନ୍‌, କରାଚୀ ଏବଂ ସ୍ୱାତରେ ପ୍ରାର୍ଥୀ ହୋଇଛନ୍ତି।

bilawal-bhutto୩ଟି ସ୍ଥାନରେ ବେନଜୀରଙ୍କ ପୁଅ ପ୍ରାର୍ଥୀ

ପାକିସ୍ତାନ ପିପୁଲ୍‌ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ତଥା ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିବା ବେନଜୀର ଭୁଟ୍ଟୋଙ୍କ ପୁଅ ବିଲାୱଲ ଭୁଟ୍ଟୋ ଜରଦାରୀ ୩ଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ ପ୍ରଥମ ଥର ନିର୍ବାଚନ ଲଢ଼ୁଛନ୍ତି।  ସେ କରାଚୀ ସାଉଥ୍‌-୧, ଲରକାନା-୧ ଓ ମଲାକନ୍ଦରୁ ପ୍ରାର୍ଥୀ ହୋଇଛନ୍ତି।



from OdishaReporter https://ift.tt/2LKvc2N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages