
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଏବେ ମୋଟ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯାଉଛି।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୬.୩୧ ଫୁଟ୍ ରହିଥିଲା। ଡ୍ୟାମ୍ରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୧ ହଜାର ୬୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୧ ହଜାର ୩୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ପଟେ ୧୫ଟି ଓ ବୁର୍ଲା ପଟେ ୫ଟି ଗେଟ୍ ଦେଇ ଏହି ଜଳ ନିଷ୍କାସିତ ହେଉଛି।
ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି,“ଆଗକୁ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଓ ୨୮ ତାରିଖରେ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଗତକାଲି ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ।”
from OdishaReporter https://ift.tt/2NG5Pjm
No comments:
Post a Comment