
ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଚାରିଘରିଆ ଆଦିବାସୀ ବସ୍ତିର ମୀନା ସିଂଙ୍କ ମୃତ୍ୟୁ ଘଟଣାର ଭିନ୍ନ ମୋଡ଼ ନେଇଛି। ଗତ ୧୯ ତାରିଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରଯାଇଥିଲା। ମୀନାଙ୍କୁ ହାତୀ ମାରି ଦେଇଥିବା ତାଙ୍କ ପରିବାର ଓ ଗାଁ ଲୋକେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ୍ ଓ ରେଡକ୍ରସ୍ ତରଫରୁ ୧୦ ହଜାର ଟଙ୍କା ଦିଆଯାଇଥିଲା। ତେବେ ମୀନାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ଦିଗ ବଦଳି ଯାଇଛି।
ମୀନା ସିଂଙ୍କୁ ହାତୀ ମାରି ନାହିଁ। ତାଙ୍କୁ କେହି ହତ୍ୟା କରିଥିବା ଜଣାପଡ଼ିଛି। ମୀନାଙ୍କ ଶରୀରରେ ୧୬ଟି ସ୍ଥାନରେ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଏହାପରେ ପୁଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରି ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି।
from OdishaReporter https://ift.tt/2v330RP
No comments:
Post a Comment