
ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ର ସାନ୍ସୀ ଅଞ୍ଚଳର ଜଣେ ମହିଳା ଏକ ପ୍ରକାର ପାରମ୍ପରିକ ମଦ ତିଆରି କରିବା ପାଇଁ ଅନ୍ଲାଇନ୍ରେ ସାପ ଅର୍ଡର କରିଥିଲେ। ଏ କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମଦ ତିଆରି କରିବା ପାଇଁ ସାପର କ’ଣ ଆବଶ୍ୟକତା ରହିଛି? କିନ୍ତୁ ଏହା ସତ। ମହିଳା ଜଣଙ୍କ ଯେଉଁ ମଦ ତିଆରି କରିବା ପାଇଁ ସାପ ଅର୍ଡର କରିଥିଲେ, ତାହାକୁ ଚୀନ୍ର ପାରମ୍ପରିକ ‘ସ୍ନେକ୍ ୱାଇନ୍’ କୁହାଯାଏ।
ମହିଳା ଜଣକୁ ଜଣା ନ ଥିଲା ଯେଉଁ ସାପକୁ ସେ ମଦ ତିଆରି କରିବା ପାଇଁ ମଗାଇଛନ୍ତି, ସେହି ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହେବ। ସେହିପରି ହିଁ ହେଲା। ଅନ୍ଲାଇନ୍ରେ ଆସିଥିବା ସାପଟି ମହିଳାଙ୍କୁ କାମୁଡ଼ି ଦେବା ପରେ ତାଙ୍କୁହସ୍ପିଟାଲ୍ରେ ଭର୍ତ୍ତି କରା ଯାଇଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହେବାର ୮ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି।
ଆପଣଙ୍କୁ ଜଣା ଥିବ କି ନାହିଁ, ଅନ୍ଲାଇନ୍ ସାପ ଅର୍ଡର କରିବା ଚୀନ୍ରେ ନୂଆ ନୁହେଁ। ଏହା ଚୀନ୍ ଲୋକଙ୍କ ପାଇଁ ଏକ ସାଧାରଣ କଥା। ସେହିଭଳି ମହିଳା ଜଣକ ଯେଉଁ ଅନ୍ଲାଇନ୍ ପୋଟାର୍ଲରୁ ସାପଟିକୁ ଅର୍ଡର କରିଥିଲେ, ତାହାର ନାମ ‘ଝୁଆନ୍ଝୁଆନ୍’।ସାପ ଡେଲିଭରୀ କରିଥିବା କମ୍ପାନୀର କହିବା ଅନୁସାରେ ପ୍ୟାକେଟ୍ ଭିତରେ କଣ ଥିଲା ସେମାନଙ୍କୁ ଜଣା ନ ଥିଲା। ଚୀନ୍ର ଗୁଆନ୍ଡୋଙ୍ଗ୍ରେ ଅଧିକ ମାତ୍ରାରେ ସାପ ମିଳିଥାଏ। ସେଠାରୁ ଜଣେ ବିକ୍ରେତା ଏହି ସାପଟିକୁ ପଠାଇଥିଲେ। ପ୍ୟାକେଟ୍ ଉପରେ ସେମିତି କୌଣସି ଚେତାବନୀ ଚିହ୍ନ ନ ଥିଲା।
ମୃତ ମହିଳାଙ୍କର ମାଆଙ୍କ କହିବା ଅନୁସାରେ, “ମୋ ଝିଅ ପାରମ୍ପରିକ ମଦ ତିଆରି କରିବା ପାଇଁ ସାପ ଅର୍ଡର କରିଥିଲା। ଏହି ମଦ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ମାତ୍ର ଏହି ମଦକୁ ତିଆରି କରିବା ପାଇଁ ମୃତ ସାପକୁ ଆଲ୍କୋହଲ୍ରେ ପକା ଯାଇଥାଏ ଏବଂ ଏହାକୁ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ମୋ ଝିଅକୁ ଜୀବିତ ସାପ ଡେଲଭରୀ କରାଯାଇଥିଲା।“ ଜୀବିତ ସାପକୁ ପଠାଇଥିବା କମ୍ପାନୀ ବିରୁଦ୍ଧରେ ଏତଲା ଦାଏର୍ କରିବେ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ,ସାପଟି ଉକ୍ତ ମହିଳାଙ୍କୁ କାମୁଡି ଦେବା ପରେ ଘରୁ ବାହାରକୁ ଚାଲି ଯାଇଥିଲା। ଏହି ଘଟଣା ପରେ ଚୀନ୍ରେ ଜଙ୍ଗଲୀ ପ୍ରାଣୀଙ୍କୁ ଅନ୍ଲାଇନ୍ରେ ବିକ୍ରି କରିବା ପାଇଂ ମନା କରାଯାଇଛି। ଏହା ସହିତ କମ୍ପାନୀ ଗୁଡ଼ିକୁ ଏହି ସମ୍ୱନ୍ଧୀୟ ବିଜ୍ଞାପନ ବନ୍ଦ କରିବା ପାଇଁ କୁହାଯାଇଛି।
from OdishaReporter https://ift.tt/2LPqyRr


No comments:
Post a Comment