ୟୁଟ୍ୟୁବ୍‌ ଜ୍ଞାନ ହେଲା କାଳ: ଚାଲିଗଲା ମହିଳାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ୟୁଟ୍ୟୁବ୍‌ ଜ୍ଞାନ ହେଲା କାଳ: ଚାଲିଗଲା ମହିଳାଙ୍କ ଜୀବନ

ଚେନ୍ନାଇ: ଇଣ୍ଟର୍‌ନେଟ୍‌ର ବହୁଳ ବ୍ୟବହାର ଲୋକଙ୍କୁ ଏହା ଉପରେ ଏତେମାତ୍ରାରେ ନିର୍ଭର କରିବାକୁ ବାଧ୍ୟ କରୁଛି ଯେ, ଲୋକେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସବୁ କାମ ବିଭିନ୍ନ ସାଇଟ୍‌ ଦେଖି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏମିତି କିଛି ଲୋକ ଅଛନ୍ତି, ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ୟୁଟ୍ୟୁବ୍‌ରୁ ଚିକିତ୍ସା ପଦ୍ଧତି ଦେଖି ନିଜେ ଏହାକୁ ପ୍ରୟୋଗ କରୁଛନ୍ତି। ଏପରି ଏକ ପ୍ରୟୋଗର ପରିଣାମ ସ୍ୱରୂପ ତାମିଲନାଡ଼ୁର ଜଣେ ମହିଳା ଜୀବନ ହରାଇଛନ୍ତି। ୟୁଟ୍ୟୁବ୍‌ରେ ପ୍ରସବ କରାଇବାର ଉପାୟ ଦେଖି ଘରେ ନିଜର ସନ୍ତାନ ଜନ୍ମ କରାଇବାକୁ ଚେଷ୍ଟା କରି ମହିଳା ଜଣଙ୍କ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ମୃତ ମହିଳା ହେଲେ ତିରୁପୁରର କ୍ରିଥିଗା (୨୮)। ସେ ଜଣେ ସ୍କୁଲ୍‌ ଶିକ୍ଷୟତ୍ରୀ। ସ୍ୱାମୀଙ୍କ ନାଁ କାର୍ଥିଜେୟାନ୍‌। କ୍ରିଥିଗା ଗର୍ଭବତୀ ଥିଲେ। ହେଲେ ନିଜର ଓ ତାଙ୍କ ପରିବାର ଲୋକଙ୍କର ଡାକ୍ତରଙ୍କ ଉପରେ ଭରସା ନଥିଲା। ଏପରି ସ୍ଥିତିରେ କିଛି ବନ୍ଧୁ ସେମାନଙ୍କୁ ପ୍ରାକୃତିକ ଚିକିତ୍ସା ଆପଣାଇବାକୁ ପରାମର୍ଶ ଦେଇଥିଲେ।

ଏହାପରେ କେମିତି ଘରେ ପ୍ରସବ କରାଯାଇ ପାରିବ ସେ ନେଇ କ୍ରିଥିଗା ୟୁଟ୍ୟୁବ୍‌ ଦେଖିଥିଲେ। ଗତ ୨୨ ତାରିଖରେ ପ୍ରସବ ଯନ୍ତ୍ରଣା ହେବା ପରେ ସେ ଡାକ୍ତରଖାନା ନ ଯାଇ ୟୁଟ୍ୟୁବ୍‌ରେ କୁହାଯାଇଥିବା ଉପାୟରେ ଘରେ ନିଜ ପିଲା ଜନ୍ମ କରାଇବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ୱାମୀ କାର୍ଥିଜେୟାନ୍‌ ତାଙ୍କୁ ସାହାଯ୍ୟ କରିଥିଲେ। ହେଲେ ପିଲା ଜନ୍ମ ହେବା ପରେ କ୍ରିଥିଗାଙ୍କ ରକ୍ତସ୍ରାବ ବନ୍ଦ ହୋଇ ନଥିଲା। ପରେ ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। ସେତେବେଳକୁ ତାଙ୍କୁ ମୃତ୍ୟୁ ଘଟି ସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜନ୍ମ ହୋଇଥିବା ପିଲାର କ’ଣ ହେଲା ? ସେ ଏବେ କେଉଁଠି ଅଛି, ସେ ବିଷୟରେ କିଛି ଜଣାପଡ଼ିନାହିଁ।

ସିଟି ହେଲ୍‌ଥ ଅଫିସର୍‌ କେ. ବୁପଥୀ କହିଛନ୍ତି, “କ୍ରିଥିଗା ଏବଂ ତାଙ୍କ ସ୍ୱାମୀଙ୍କୁ କିଛି ସାଙ୍ଗ ପ୍ରାକୃତିକ ଚିକିତ୍ସା ଉପରେ ଭରସା କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ସେ ଡାକ୍ତରଖାନା ନ ଆସି ଘରେ ପିଲା ଜନ୍ମ କରାଇବାକୁ ଚେଷ୍ଟା କରିଥିଲେ।”

 

 

 

 



from OdishaReporter https://ift.tt/2OhJqdg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages