ଫଟୋ ଉଠାଇବା ବେଳେ ଝାମ୍ପ ମାରିଲା କଳା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଫଟୋ ଉଠାଇବା ବେଳେ ଝାମ୍ପ ମାରିଲା କଳା ଭାଲୁ

bear

ନୂଆଦିଲ୍ଲୀ: ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଗଲେ ଲୋକଙ୍କ ମଧ୍ୟରେ ବହୁତ କୌତୁହଳ ଥାଏ। ଏଥିପାଇଁ ସେମାନେ ନକରିବା କାମ ବି କରିପକାଇଥାନ୍ତି। ଏହି ଯେମିତି, କୌଣସି ଚିଡିଆଖାନାକୁ ଗଲେ ଜୀବଜନ୍ତୁଙ୍କୁ ଚିଡ଼ାଇବା। ଏପରିସ୍ଥିତିରେ ବେଳେ ବେଳେ ଲୋକେ ସେମାନଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି ଓ ସମସ୍ୟାରେ ପଡ଼ିଥାନ୍ତି। କିନ୍ତୁ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି କାନାଡାରେ। ରାସ୍ତା କଡ଼ରେ ଛିଡ଼ା ହୋଇ ଫଟୋ ଉଠାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କ ପାଇଁ ବିପଦର କାରଣ ହୋଇଥିଲା। ସୌଭାଗ୍ୟବଶତଃ ଭାଲୁ ଆକ୍ରମଣରୁ ସମ୍ପୃକ୍ତ ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଏକ ଗାଡ଼ି ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟ ଶୁଟ୍‌ କରାଯାଇଛି। ଘଟଣାଟି ଘଟିଛି କାନାଡାର ୯୩ ନମ୍ବର ଜାତୀୟ ରାଜପଥ ଜ୍ୟାସ୍‌ପେର୍‌ ପାର୍କର ଆଲ୍‌ବେଟ୍ରାରେ। ଭିଡିଓରେ ଦେଖିବାକୁ ମିଳୁଛି, ବହୁ ସଂଖ୍ୟାରେ ପର୍ଯ୍ୟଟକ୍‌ ରାସ୍ତା କଡ଼ରେ ଛିଡା ହୋଇ ଫଟୋ ଉଠାଉଛନ୍ତି। ଏହି ସମୟରେ ଏକ କଳା ଭାଲୁ ହଠାତ୍‌ ସେଠାରେ ପହଞ୍ଚି ଜଣେ ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି।

ଭିଡିଓ ରେକର୍ଡିଂ କରିଥିବା ବ୍ୟକ୍ତି କହିଛନ୍ତି, “ଜାତୀୟ ରାଜପଥରେ ଆମେ ଡ୍ରାଇଭ୍‌ କରୁଥିବା ବେଳେ ହନିମୁନ୍‌ ଲେକ୍‌ ପାଖରେ ଟ୍ରାଫିକ୍‌ ଜାମ୍‌ ଦେଖିଥିଲୁ। ପର୍ଯ୍ୟଟକମାନେ ରାସ୍ତାରେ କାର୍‌ ରଖି ଫଟୋ ନେଉଥିଲେ। ଏହି ସମୟରେ ଜଣେ ମହିଳା କାର୍‌ ନିକଟରେ ଦୌଡୁ ଥିବା ଦେଖିବାକୁ ମିଳିଥିଲା। ଠିକ୍‌ ଏହାପରେ ଏକ କଳା ଭାଲୁ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ଉପରକୁ ଝାମ୍ପ ମାରିଥିଲା। ମହିଳା ଜଣଙ୍କ ଦୂରେଇ ଯାଇଥିଲେ। ଫଳରେ ସେ ଭାଲୁ ଆକ୍ରମଣରୁ ରକ୍ଷା ପାଇ ଯାଇଥିଲେ ଓ ତାଙ୍କ କିଛି କ୍ଷତି ହୋଇ ନଥିଲା।”



from OdishaReporter https://ift.tt/2NRh6xB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages