ଡ୍ରାଇଭର୍‌ଙ୍କୁ ଲୁଟି ଖସି ପଳାଇଲେ ୨ ଜଣ: ଧରା ପଡ଼ିଗଲା ଜଣେ, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଡ୍ରାଇଭର୍‌ଙ୍କୁ ଲୁଟି ଖସି ପଳାଇଲେ ୨ ଜଣ: ଧରା ପଡ଼ିଗଲା ଜଣେ, ତା’ପରେ…

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ପଞ୍ଚମହଲା ଆର୍‌ଟିଓ କାର୍ଯ୍ୟାଳୟ ନିକଟରୁ ଜଣେ ତେଲ ଟ୍ୟାଙ୍କର୍‌ ଡ୍ରାଇଭର୍‌ଙ୍କ ଠାରୁ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଡ୍ରାଇଭରଙ୍କୁ ଆକ୍ରମଣ କରି ପ୍ରାୟ ୧୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଆଜି ସକାଳେ ଟ୍ୟାଙ୍କର୍‌ ଡ୍ରାଇଭର୍ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଗାଡ଼ିରେ ହେଲ୍‌ପର୍‌ ଏକୁଟିଆ ଥିବା ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଧମକାଇବା ସହ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ହେଲେ ହେଲ୍‌ପର୍‌ ପାଖରୁ କିଛି ପାଇ ନଥିଲେ। ଏହାପରେ ସେମାନେ ଡ୍ରାଇଭର୍‌ଙ୍କ ପାଖକୁ ଯାଇ ମାରଣାସ୍ତ୍ର ଦେଖାଇ ପ୍ରାୟ ୧୮ ହଜାର ଟଙ୍କା ଲୁଟି ଚମ୍ପଟ୍‌ ମାରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଦୁର୍ବୃତ୍ତଙ୍କୁ  ସ୍ଥାନୀୟ ଲୋକେ କାବୁ କରିନେଇଥିଲେ।

ଅଭିଯୁକ୍ତକୁ ଲୋକେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି। ତେଲ ଟ୍ୟାଙ୍କରଟି ପାରାଦୀପ ଯାଉଥିବା ଜଣାପଡ଼ିଛି।



from OdishaReporter https://ift.tt/2A3DzoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages