ଆଳୁ ବଜାର ଉପରେ ଟ୍ରକ୍‌ ଧର୍ମଘଟର ପ୍ରଭାବ, ଧୀରେ ଧୀରେ ବଢ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଆଳୁ ବଜାର ଉପରେ ଟ୍ରକ୍‌ ଧର୍ମଘଟର ପ୍ରଭାବ, ଧୀରେ ଧୀରେ ବଢ଼ୁଛି

ମୁମ୍ବାଇ: ବିଭିନ୍ନ ଦାବି ନେଇ ଟ୍ରକ୍‌ ମାଲିକମାନଙ୍କ ପକ୍ଷରୁ ଜାରି ରହିଥିବା ଧର୍ମଘଟ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି।  ତେବେ ଏହାର ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଡ଼ିଛି। ଧର୍ମଘଟ ଯୋଗୁ ଖାଦ୍ୟ ସାମଗ୍ରୀ ପରିବହନ ହୋଇ ପାରୁ ନ ଥିବାରୁ ଦରଦାମ ହୁ ହୁ ହୋଇ ବଢ଼ିଚାଲୁଛି। ବିଶେଷ କରି ଆଳୁ ଦର ଆକାଶ ଛୁଆଁ ହୋଇଛି। ମୁଖ୍ୟତଃ ଆଳୁ ପରିବହନ ୪୦ ପ୍ରତିଶତ କମିଥିବାରୁ ମୁମ୍ବାଇରେ ଆଳୁ ଦର କେଜି ପ୍ରତି ୨ରୁ ୪ଟଙ୍କା ବଢ଼ିଯାଇଛି। ବିଶେଷ କରି ନାଶିକ୍‌ ଏବଂ ପୁନେ ସବୁ ଅଧିକ ଫଳ ଏବଂ ପନିପରିବା ଉତ୍ପାଦନକାରୀ ଅଞ୍ଚଳ ହୋଇଥିବାରୁ ଏହାର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କିନ୍ତୁ ମହାରାଷ୍ଟ୍ରରେ ଆଳୁ ଉତ୍ପାଦନ ହୁଏ ନାହିଁ। ତେଣୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟରୁ ଆଳୁ ଆମଦାନୀ କରାଯାଇଥାଏ। ହେଲେ ଧର୍ମଘଟ ଯୋଗୁ ଆଳୁ  ଆସିପାରୁ ନାହିଁ। କିଲୋପ୍ରତି ୨ରୁ ୪ଟଙ୍କା ବୃଦ୍ଧି ହୋଇ ଏବେ କେଜି ୧୮ ଟଙ୍କାରେ ଛୁଇଁଛି। ସେପଟେ ଏହି ଆନ୍ଦୋଳନ ଯୋଗୁ ଦିନକୁ ସରକାର ଦିନକୁ ୩୫୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏଥିରେ ଭାଟ୍‌ ବାବଦ କ୍ଷତି ସର୍ବାଧିକ ରହିଛି। ସର୍ବଭାରତୀୟ ସ୍ତରରେ ଚାଲିଥିବା ଏହି ଆନ୍ଦୋଳନକୁ  ଟାଳିବା ନେଇ କୌଣସି ସମାଧାନର ସୂତ୍ର ଏ ଯାଏଁ ବାହାରି ନାହିଁ। ଫଳରେ ଆଗକୁ ସରକାର ଆହୁରି କ୍ଷତି ସହିବାର ଆଶଙ୍କା ରହିଛି।

ସୂଚନା ଅନୁଯାୟୀ, ସର୍ବଭାରତୀୟସ୍ତରରେ ମୋଟର ପରିହନ କଂଗ୍ରେସ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଟିକସ ହ୍ରାସ କରିବା, ଟୋଲ୍‌ ଶୁଳ୍କ ଉଚ୍ଛେଦ, ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା, ତୃତୀୟ ପକ୍ଷ ବୀମା ପ୍ରିମିୟମ ହ୍ରାସ କରିବା ଏବଂ ଏହି ବୀମା ପ୍ରି୍ରିମିୟମ ଉପରୁ ଜିଏସ୍‌ଟି ଛାଡ଼ କରିବା ପାଇଁ ଟ୍ରକ୍‌ ପରିବହନକାରୀମାନେ ଦାବି କରିଛନ୍ତି।



from OdishaReporter https://ift.tt/2O9kNiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages