ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ସାମ୍ୱାଦିକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ସାମ୍ୱାଦିକ ଗିରଫ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଡାକ ପାର୍ସଲ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଗାଡ଼ିକୁ ପାର୍‌ କରାଇବା ପାଇଁ ସାମ୍ୱାଦିକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଆଜି ଏହି ଘଟଣାରେ ମାଲକାନଗିରି ଜିଲ୍ଲା ବାଲିମେଳା ପୁଲିସ ୪ ଜଣ ସାମ୍ୱାଦିକଙ୍କୁ ଗିରଫ କରିଛି। ଏହାଛଡ଼ା ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ି ଚାଳକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସୂଚନାରୁ ପ୍ରକାଶ, ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ସିଲେରୁରୁ ପଞ୍ଜାବକୁ ଏକ ଡାକ ପାର୍ସଲ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ୪ ଜଣ ସାମ୍ୱାଦିକ ଜାଣିପାରି ନଗଦ ୧୦,୦୦୦ ଟଙ୍କା ଓ ଆକାଉଣ୍ଟରେ ୫୦,୦୦୦ ଟଙ୍କା ନେଇ ଗାଡ଼ିକୁ ପାର୍‌ କରିବାକୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ମାତ୍ର ରାତି ପ୍ରାୟ ସାଢ଼େ ୨ଟା ବେଳେ ବାଲିମେଳା ପୁଲିସ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ଗଞ୍ଜେଇ ମିଳିଥିଲା। ପରେ ପୁଲିସ ଗାଡ଼ି ଚାଳକକୁ ଗିରଫ କରିଥିଲା। ଗାଡ଼ି ଚାଳକଙ୍କୁ ଜେରା ବେଳେ ସାମ୍ୱାଦିକଙ୍କ ଲିଙ୍କ ପର୍ଦ୍ଦାଫାସ ହୋଇଥିଲା। ଏହି ଘଟଣାରେ ପୁଲିସ ୪ ଜଣ ସାମ୍ୱାଦିକଙ୍କୁ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।



from OdishaReporter https://ift.tt/2uPRd9j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages