ଟିଟୋ ସାମ୍ରାଜ୍ୟ ବିସ୍ତାର ପଛରେ ସରକାରୀ ପ୍ରୋତ୍ସାହନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଟିଟୋ ସାମ୍ରାଜ୍ୟ ବିସ୍ତାର ପଛରେ ସରକାରୀ ପ୍ରୋତ୍ସାହନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ପ୍ରୋତ୍ସାହନରେ କାୟା ବିସ୍ତାର କରିଥିଲା ଗ୍ୟାଙ୍ଗଷ୍ଟର ଟିଟୋର କଳାସାମ୍ରାଜ୍ୟ ।  କେନ୍ଦ୍ରାପଡ଼ାରେ ଟିଟୋର ପେଟ୍ରୋଲ ଟାଙ୍କିକୁ ଯିବା ଆସିବା ରାସ୍ତା ଦେବା ପାଇଁ ଖୋଦ୍ ପୌରପରିଷଦ ପାରିତ କରିଥିଲା ସ୍ୱତନ୍ତ୍ର ପ୍ରସ୍ତାବ। ଯାହା ଓଟିଭିର ହସ୍ତଗତ ହୋଇଛି। ଟିଟୋର କ୍ରିମିନାଲ୍‌ ପୃଷ୍ଠଭୂମିକୁ ବି ଆଖିବୁଜି ପୁଲିସ୍‌ ଦେଇଥିଲା ନୋ ଅବ୍‌ଜେକସନ୍‌ ସାର୍ଟିଫିକେଟ୍‌। ଏସବୁ ଖୋଳତାଡ୍‌  କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହି ମାମଲାରେ ଏବେ ସିବିଆଇ ପଶିଛି । ଆଉ ଏପଟେ ଟିଟୋର ସାମ୍ରାଜ୍ୟ ବିସ୍ତାର ପଛରେ ଦଳୀୟ ନେତା ଓ ଟିଟୋ ସହ ଛନ୍ଦାଛନ୍ଦି ହୋଇ ରହିଥିବା ନେତାଙ୍କୁ ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ଡା.ଦାମୋଦର ରାଉତ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ସହରର ବଡ଼ହାଟରେ ଥିବା ଟିଟୋଙ୍କ ପେଟ୍ରୋଲ ପମ୍ପକୁ ନେଇ ତନାଘନା ଆରମ୍ଭ ହୋଇଛି। ଗ୍ୟାଙ୍ଗଷ୍ଟର ଟିଟୋଙ୍କ ପତ୍ନୀ ବେନଜିର ବିବିଙ୍କ ନାଁରେ ରହିଛି ଏହି ପେଟ୍ରୋଲ୍ ପମ୍ପ। ୨୦୧୬ ମାର୍ଚ୍ଚ ୩୧ରେ ପମ୍ପ  ଚାଲିବା ନେଇ ଲାଇସେନ୍ସ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ତେବେ ବଡ଼କଥା ହେଉଛି  ପେଟ୍ରୋଲ ପମ୍ପକୁ ଯିବା ଆସିବା ପାଇଁ ଥିବା ଏ ରାସ୍ତାକୁ କେନ୍ଦ୍ରାପଡ଼ା ପୌରପାଳିକା ଟିଟୋଙ୍କ ପରିବାରକୁ ଲିଜ୍‌ ସୁତ୍ରରେ ଦେଇଛି। ୨୦୧୫ ଜୁଲାଇରେ ପୌରପାଳିକା ବର୍ଷକୁ ମାତ୍ର ୬ ହଜାର ଟଙ୍କାରେ ୩ ବର୍ଷ ପାଇଁ ଏହି ପମ୍ପକୁ ଯିବା ଆସିବା ପାଇଁ ରାସ୍ତା ଲିଜ୍‌ ଦେଇଥିଲା।

ଏଣେ ଟିଟୋର ପରିବାରକୁ ପେଟ୍ରୋଲ ଟାଙ୍କି ଦେବାକୁ ଆବଶ୍ୟକ ଏନ୍‌ଓସି ଜିଲ୍ଲାପାଳ ଦେବା ପୂର୍ବରୁ ଟିଟୋର ଆପରାଧିକ ପୃଷ୍ଠଭୂମି ପ୍ରତି ଆଖି ବୁଜିଦେଇଥିଲେ। ପୁଲିସ୍‌ ପ୍ରଶାସନ ତହସିଲ, ଅଗ୍ନିଶମ ବିଭାଗ ଓ  ବିଜୁଳି ବିଭାଗର ଏନ୍‌ଓସି ପରେ ଟିଟୋର ପରିବାରକୁ ପୁଲିସ୍‌ର  ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲା।

ତେବେ ଏଭଳି ପ୍ରଶାସନିକ ଅନୁକମ୍ପାକୁ ନେଇ ଖୋଦ୍‌ ଶାସକ ଦଳର ବରିଷ୍ଠ ବିଧାୟକ ଡା. ଦାମୋଦର ରାଉତ ଅଭିଯୋଗ ଉଠାଇଛନ୍ତି।  ଟିଟୋର କଳା ସାମ୍ରାଜ୍ୟ ନେଇ ପୁଲିସ୍‌ ପ୍ରଶାସନ ଓ ରାଜସ୍ୱ ବିଭାଗ କିପରି ଜାଣିପାରୁ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି  ଟିଟୋର ଭାଇକୁ ନବୀନଙ୍କ ଉପସ୍ଥିତିରେ କିଏ ଆଣି ବିଜେଡିରେ ମିଶାଇଥିଲା ବୋଲି କହି ପ୍ରଶ୍ନ ବାଣ ମାରିଛନ୍ତି ଡା. ରାଉତ।

ଏଣେ କଂଗ୍ରେସ ମଧ୍ୟ ଟିଟୋର ପରିବାର ପାରାଦୀପ ପୋର୍ଟରେ ପାଇଥିବା ଷ୍ଟିଭେଡରିଂ ଲାଇସେନ୍ସକୁ ନେଇ ଆପତ୍ତି ଉଠାଇଛି । ଟିଟୋର ସାମ୍ରାଜ୍ୟ ବିସ୍ତାରରେ ଉଭୟ ବିଜେଡି ଓ ବିଜେପିର ସମର୍ଥନ ଥିବା ଅଭିଯୋଗ କରିଛନ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।



from OdishaReporter https://ift.tt/2O65zLM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages