ଆଗରେ ଧାରଣା, ପଛପଟେ ମଦର ଆସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ଆଗରେ ଧାରଣା, ପଛପଟେ ମଦର ଆସର

ବଲାଙ୍ଗିର(ସସ୍ମିତା ସାହୁ): ଯେକୌଣସି ଦାବି ହାସଲ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର। ହେଲେ ଆନ୍ଦୋଳନ ନାଁରେ ଆଜିକାଲି ବାଜେ ଫାର୍ସ କରାଯାଉଥିବା ଦେଖାଯାଉଛି। ଯାହାକୁ ନେଇ ଆନ୍ଦୋଳନକୁ ଲୋକେ ପ୍ରହସନ ବୋଲି କହିଲେଣି। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିରରେ।

ପାଟଣାଗଡ ବ୍ଳକ ଅଧ୍ୟକ୍ଷଙ୍କ ସମେତ ଅଧିକାଂଶ ନିର୍ବାଚିତ ପ୍ରତିନିଧି ଜାତୀର ପିତା ମହାତ୍ମା ଗାନ୍ଧିଙ୍କ ଫଟୋ ରଖି ପ୍ରାୟ ସପ୍ତାହେ ଧରି ଆନ୍ଦୋଳନ ଚଳାଇଥିଲେ। ବିଡିଓଙ୍କ ବଦଳି ଦାବିରେ ବ୍ଲକ ସାମ୍ନାରେ ଦିବାରାତ୍ର ଆନ୍ଦୋଳନ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ଆନ୍ଦୋଳନକାରୀମାନେ ସୁବିଧା ଦେଖି ମଝିରେ ମଝିରେ ଆନ୍ଦୋଳନସ୍ଥଳର ପଛପଟକୁ ଚାଲି ଯାଉଥିଲେ। ଆଉ ଏଇଠି ଚାଲୁଥିଲା ମଦ୍ୟପାନର ଆସର। ମଝିରେ ମଝିରେ ଧନୁଯାତ୍ରାରେ କଂସ ମହାରାଜଙ୍କ ଡାଏଲଗ୍‌ ମଧ୍ୟ ଦିଆନିଆ ଚଳାଇଥିଲେ କେତେକ ଆନ୍ଦୋଳନକାରୀ। ଏହି ସମ୍ପର୍କିତ ଭିଡିଓଟି ଏବେ ଭାଇରାଲ ହୋଇଛି। ଯାହାକୁ ନେଇ ଜିଲାବ୍ୟାପୀ ଚର୍ଚ୍ଚା ଜୋର ଧରିଛି।

ଗତ ୪ ତାରିଖରୁ ପାଟଣାଗଡ ବିଡିଓଙ୍କ ବଦଲି ଦାବିରେ ଆମରଣ ଅନଶନରେ ବସିଛନ୍ତି ବ୍ଳକର ଅଧିକାଂଶ ନିର୍ବାଚିତ ଜନପ୍ରତିନିଧୀ।  ଏଥିରେ ସାମିଲ ହୋଇଛନ୍ତି ସମିତିସଭ୍ୟ, ୱାର୍ଡ ମେମ୍ବର, ସରପଞ୍ଚ ଓ ଜିଲ୍ଳା ପରିଷଦ ସଭ୍ୟସଭ୍ୟା।  ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ବଲାଙ୍ଗିର ସାଂସଦ ନିମନ୍ତ୍ରଣ ହୋଇଥିବା ବେଳେ, ବିଜେପି ସମର୍ଥୀତ ଜନପ୍ରତିନିଧୀଙ୍କୁ ଡକାଯାଇ ନ ଥିବା ଅଭିଯୋଗରେ ଏହି ଆନ୍ଦୋଳନ ହେଉଛି। ଯାହାର ନେତୃତ୍ୱ ନେଉଛନ୍ତି ବ୍ଳକ ଅଧ୍ୟକ୍ଷ ତଥା ଜିଲ୍ଳା ବିଜେପି ସଭାପତି ଭକ୍ତରାମ ନାୟକ।  ସମସ୍ତଙ୍କର ଗୋଟିଏ ଦାବି ରାଜ୍ୟ ସରକାରଙ୍କର କାର୍ଯ୍ୟକ୍ରମକୁ ସେମାନଙ୍କୁ ଡକାଯାଇ ନ ଥିବାରୁ ତୁରନ୍ତ ବିଡିଓଙ୍କୁ ବଦଳି କରାଯାଉ।



from OdishaReporter https://ift.tt/2m9RH6t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages