
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନ୍ସର୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖର୍ଚ୍ଚ ହେବ ୧୦୦୦ କୋଟି ଟଙ୍କା। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟ ସହ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ବୈଠକରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା ହୋଇଛି। ଆଲୋଚନାରୁ ଯାହା ନିଷ୍କର୍ସ ମିଳିଛି, ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ସହ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ କରାଯିବ। ଆଗାମୀ ୫ ବର୍ଷରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବର ଲକ୍ଷ ରହିଛି।
ସୂଚନା ଅନୁଯାୟୀ ଏଥିପାଇଁ ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାର ୫୦% ଲେଖାଏଁ ଟଙ୍କା ଖର୍ଚ୍ଚ କରିବେ। ତଦାରଖ ପାଇଁ ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେସନ୍ ଗଠନ ହେବ ବୋଲି ବୈଠକରେ ଆଲୋଚନା ହୋଇଛି।
from OdishaReporter https://ift.tt/2zkCAjG
No comments:
Post a Comment