
ଲଣ୍ଡନ: ଶେଷରେ ମହଙ୍ଗା ପଡ଼ିଲା ମିଛ ଅଭିଯୋଗ। ବାରମ୍ବାର ବଳାତ୍କାର ଭଳି ସଙ୍ଗିନ୍ ଅଭିଯୋଗ ଆଣି ଅନ୍ୟକୁ ଆଇନ୍ ଜାଲରେ ଛନ୍ଦୁଥିବା ଜଣେ ମହିଳା ଆଜି ସେହି ଫାନ୍ଦରେ ନିଜେ ଫସିଯାଇଛନ୍ତି। ବଳାତ୍କାର ଭଳି ଜଘନ୍ୟ ଅପରାଧର ଅଭିଯୋଗ ଆଣି ୧୫ ଜଣଙ୍କୁ କାଠଗଡ଼ାକୁ ଟାଣିବା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜେଲ ପଠାଇଥିବା ସମ୍ପୃକ୍ତ ମହିଳା ଏବେ ନିଜେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରିଟେନ୍ର ଜିମ୍ମା ବେଲ୍ସ।
ପ୍ରଥମେ ମହିଳା ଜଣକ ମହଅଦ୍ କାଶିମ୍ଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଥିଲେ ଯେ, କାଶିମ ତାଙ୍କୁ ଘରେ ଛାଡ଼ିଦେବାକୁ କହି କାର୍ରେ ଲିଫ୍ଟ ଦେବା ବାହାନାରେ ତାଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏପରିକି ମହିଳା ଜଣକ ସମଲିଙ୍ଗୀ ଏବଂ ତାଙ୍କର ପୁରୁଷ ପ୍ରତି ଆଦୌ ଆଗ୍ରହ ନାହିଁ କହିବା ପରେ ମଧ୍ୟ କାଶିମ୍ ଶୁଣି ନ ଥିଲେ ବୋଲି ଜିମ୍ମା ବେଲ୍ସ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ କାଶିମ୍ଙ୍କୁ ଦୁଇ ବର୍ଷ ଜେଲ ହୋଇଥିଲା। ସେହିପରି ଏହି ମାମଲାରେ କାଶିମଙ୍କୁ ବିପୁଳ ପରିମାଣରେ ଅର୍ଥ କ୍ଷତିପୂରଣ ଆକାରରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରକୃତରେ ଏହି ଅଭିଯୋଗ ମିଥ୍ୟା ଥିଲା। କାର୍ରେ କାଶିମ ତାଙ୍କୁ ଦୁଷ୍କର୍ମ କରି ନଥିଲେ, ବରଂ ମହିଳା ଜଣକ ଓଲଟା କାଶିମଙ୍କୁ ପ୍ୟାଣ୍ଟ୍ ଖୋଲିବା ପାଇଁ କହିଥିଲେ ବୋଲି ଜଣାପଡ଼ିଛି। ସେହିପରି ୨୦୧୨ରେ ନୋମ୍ ଶାହଜାଦ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ସମ୍ପୃକ୍ତ ମହିଳା।
ତେବେ ଏହି ଯୌନ ନିର୍ଯାତନା ମାମଲାରେ ବେଲ ଆବେଦନ କରିବା ଆଗରୁ କୌଶଳ କ୍ରମେ ଦେଶ ବାହାରକୁ ଖସିପଳାଇଥିଲେ ଶାହଜାଦ୍। ସେହିପରି ୨୦୧୩ରେ ଏମିତି ୬ ଜଣଙ୍କ ନାମରେ ସମାନ ଅଭିଯୋଗ ଆଣିଥିଲେ ସମ୍ପୃକ୍ତ ମହିଳା। ତେବେ ମହିଳା ଜଣକ ବାରମ୍ବାର ମିଛ କହୁଥିବା ସମ୍ପର୍କରେ ପାଲଟା ଏକ ମାମଲା ରୁଜୁ ହେବା ପରେ ଏନେଇ ସାଉଥ୍ୱାର୍କ କ୍ରାଉନ୍ କୋର୍ଟରେ ବିଚାର ହୋଇଥିଲା। ଏନେଇ ୫ ସପ୍ତାହଧରି ଶୁଣାଣି ପରେ ମହିଳା ଜଣକ ମିଥ୍ୟା ଅଭିଯୋଗ ଆଣୁଥିବା ପ୍ରମାଣିତ ହୋଇଥିଲା। ଆଉ ଆଜି ସମ୍ପୃକ୍ତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ମହିଳାଙ୍କ ପ୍ରତି କୋର୍ଟ କୌଣସି ଦଣ୍ଡବିଧାନ କରି ନଥିବା ବେଳେ ମହିଳାଙ୍କ ମନସ୍ତାତ୍ତ୍ୱିକ୍ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ତାଙ୍କର ସାଇକିଆଟ୍ରିକ୍ ରିପୋର୍ଟ ମାଗିଛନ୍ତି। ତେବେ ଅଗଷ୍ଟମାସରେ ତାଙ୍କ ପ୍ରତି ଦଣ୍ଡବିଧାନ ନେଇ ଶୁଣାଣି ହୋଇପାରେ।
from OdishaReporter https://ift.tt/2uHqL2r
No comments:
Post a Comment