ଏମିତି ଥିଲା ସେଦିନ: ବାହୁଡା ପରେ ବି ରିକ୍ତ ପଡିଥିଲା ଶ୍ରୀମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଏମିତି ଥିଲା ସେଦିନ: ବାହୁଡା ପରେ ବି ରିକ୍ତ ପଡିଥିଲା ଶ୍ରୀମନ୍ଦିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକାରେ ପ୍ରକାଶିତ ତଥ୍ୟ ମୁତାବକ ପୂର୍ବରୁ ଅନେକ ଥର ମହାପ୍ରଭୁଙ୍କ ରଥଯାତ୍ରାରେ ବିଭ୍ରାଟ ହୋଇଛି। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବା ପରେ ଶ୍ରୀଜିଉମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରି ନାହାନ୍ତି ଶ୍ରୀମନ୍ଦିରକୁ । ଅନେକ ଅନିବାର୍ଯ୍ୟ କାରଣ ଲାଗି ଗୁଣ୍ଡିଚା ଘରେ ବାଧ୍ୟ ହୋଇ ଅଟକିଛନ୍ତି କଳାଠାକୁର। ଆସନ୍ତୁ ଜାଣିବା ଇତିହାସରେ କେମିତି ଥିଲା ବାହୁଡା ଯାତ୍ରା
୧୮୭୫- ଏହି ମସିହାରେ ଅଘଟଣ ଜଗନ୍ନାଥ ପ୍ରେମୀଙ୍କ ପ୍ରତି କୁଠାରାଘାତ ସଦୃଶ ଥିଲା। କାରଣ ଶ୍ରୀମନ୍ଦିର ଦୁର୍ବଳ ହୋଇପଡିଥିବା ଅନୁଭବ କରିଥିଲେ ବିଶ୍ୱବାସୀ। ଗର୍ଭଗୃହରୁ ପଥର ଖସିବା କାରଣରୁ ରଥଯାତ୍ରା କରି ଗୁଣ୍ଡିଚା ମନ୍ଦିର ଯାଇଥିବା ଠାକୁରମାନେ ନବଦିନ ଯାତ୍ରା ସାରିବା ପରେ ମଧ୍ୟ ଅନେକ ଦିନ ଧରି ଶ୍ରୀମନ୍ଦିର ଫେରି ନ ଥିଲେ। ଗର୍ଭଗୃହ ମରାମତି ପରେ ବଡ଼ ଦେଉଳ ଫେରିଥିଲେ ବଡ଼ ଠାକୁର।
୧୮୭୯- ଏହି ବର୍ଷ ଜୁଲାଇ ୨ ତାରିଖରେ ପଡିଥିଲା ଘୋଷଯାତ୍ରା। ପରମ୍ପରା ମୁତାବକ ଜୁଲାଇ ୧୦ରେ ଠାକୁର ବାହୁଡ଼ିବା କଥା । କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ନ ପାରିବାରୁ ଶ୍ରୀଜିଉମାନେ ଶ୍ରୀମନ୍ଦିର ଫେରିପାରି ନ ଥିଲେ। ଏପରିକି ବର୍ଷା ଯୋଗୁ ଶରଧାବାଲିରେ ପାଣି ଭରିଯିବାରୁ ରଥଟଣା ସମ୍ଭବପର ହୋଇ ନ ଥିଲା। ବିଳମ୍ବରେ ଲେଉଟିଥିଲେ ଠାକୁର।
୧୮୮୦- ଏହି ବର୍ଷ ବାହୁଡା ଯିବାର ୨ ଦିନ ପରେ ମଧ୍ୟ ରଥଗୁଡିକୁ ଦକ୍ଷିଣମୋଡ଼ କରିବା ସମ୍ଭବପର ହୋଇ ନ ଥିଲା। ଏଣୁ ଠାକୁରମାନେ ଦୀର୍ଘ ଦିନ ବିଳମ୍ବରେ ଶ୍ରୀମନ୍ଦିର ଲେଉଟିଥିଲେ।
୧୮୮୫- ଏହିବର୍ଷ ଜୁଲାଇ ୧୪ରେ ପଡିଥିଲା ରଥଯାତ୍ରା। ଭଲରେ ଭଲରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲେ ସୁଦ୍ଧା ନନ୍ଦିଘୋଷ ବଡଦାଣ୍ଡରୁ ଘୁଞ୍ଚି ନ ଥିଲା। ଗୁଣ୍ଡିଚାରେ ପାଗ ଭଲ ଥିଲେ ବି ମହାପ୍ରଭୁଙ୍କ ରଥ ଆଗକୁ ଗଡ଼ି ନ ଥିଲା। ସମସ୍ତେ ଏହାକୁ ଦୈବୀ ଇଚ୍ଛା ବୋଲି କହିଥିଲେ। ଗୁଣ୍ଡିଚା ପରଦିନ ପ୍ରତିକୂଳ ପାଗ, ଜନଗହଳି କମିଯିବା ଯୋଗୁ ରଥ ଟାଣିବା କାଠିକର ପାଠ ହୋଇଗଲା। ପରିସ୍ଥିତି ଏମିତି ହେଲା ଯେ, ୧୯ ଦିନ ବିଳମ୍ବରେ ଅର୍ଥାତ୍‌ ଜୁଲାଇ ୧୯ରେ ଠାକୁର ପହଞ୍ଚିଥିଲେ ଗୁଣ୍ଡିଚାଘରେ। ଫଳରେ ୨୨ ତାରିଖରେ ପାରମ୍ପରିକ ଭାବେ ବାହୁଡା ଯାତ୍ରା ସମ୍ପନ୍ନ ହୋଇପାରି ନ ଥିଲା।
୧୮୯୭- ଜୁଲାଇ ୨ରେ ଗୁଣ୍ଡିଚା ଯାତ୍ରା ପଡିଥିବା ବେଳେ ୧୦ ତାରିଖରେ ନବଦିନ ଯାତ୍ରା ସମ୍ପନ୍ନ କରି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବା କଥା। କିନ୍ତୁ କୌଣସି କାରଣରୁ ସେ ବର୍ଷ ବାହୁଡା ଯାତ୍ରାର ୧୩ ଦିନ ପରେ ଠାକୁର ଶ୍ରୀମନ୍ଦିରକୁ ଫେରିଥିଲେ।


from OdishaReporter https://ift.tt/2A04dyP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages