ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ମଧ୍ୟପ୍ରଦେଶ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ମଧ୍ୟପ୍ରଦେଶ ସରକାର

ଭୋପାଲ୍‌(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଆଜି ୩ ଜଣ ପୂର୍ବତନ ଦଳୀୟ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭାବନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ’ଇଚ୍ଛାଧୀନ କ୍ଷମତା’ ପ୍ରୟୋଗ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, କୈଳାସ ଚନ୍ଦ୍ର ଯୋଶୀ ଓ ବାବୁଲାଲ ଗଉରଙ୍କୁ ପୂର୍ବଭଳି ସରକାରୀ ବାସଭବନରେ ରହିବାକୁ ଅନୁମତି ଦେଇଛନ୍ତି।

ଏହି ୩ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଷମତାରେ ଥିବା ବେଳେ ଯେଉଁ ସରକାରୀ ବାସଭବନରେ ରହୁଥିଲେ ଏବେ ମଧ୍ୟ ସେହିଠାରେ ରହିପାରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ୩ ଜଣ ମୁଖ୍ୟମନ୍ତ୍ରୀ ପୁଣିଥରେ ଉକ୍ତ ବାସଭବନକୁ ନିଜ ପାଖରେ ରଖିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହି ଆବେଦନକୁ ଭିତ୍ତି କରି ଚୌହାନ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହ ବାସଭବନ ପାଇଁ ଆବେଦନ କରିଥିଲେ କି ନାହିଁ, ତାହା ଜଣାପଡ଼ିନାହିଁ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ମେ ୭ରେ ଦେଇଥିବା ନିର୍ଦ୍ଦେଶକୁ ନଜରରେ ରଖି  ଜୁନ୍‌ ୨୦ରେ ମଧ୍ୟପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ମାସକ ମଧ୍ୟରେ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଯାଏ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଘର ଖାଲି କରି ନାହାନ୍ତି।



from OdishaReporter https://ift.tt/2AhJ6Z7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages