
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନର ମହେଶ କୁମାର ମାଲାନୀ ପ୍ରଥମ ହିନ୍ଦୁଭାବେ ନ୍ୟାସନାଲ୍ ଆସେମ୍ବ୍ଲି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସିନ୍ଧ୍ପ୍ରଦେଶର ଥାରପରକର୍ ଆସନରେ ୧୪ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ମହେଶ ବିଜୟୀ ହୋଇଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରାର୍ଥୀ ହୋଇଥିବା ମହେଶ କୁମାର ୧ଲକ୍ଷ ୬ହଜାର ୬୩୦ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅରବାବ ଜାକାଉଲ୍ଲା ୮୭ ହଜାର ୨୫୧ ଭୋଟ୍ ପାଇଥିଲେ। ଥାରପରକର ଆସନରୁ ୧୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପୂର୍ବରୁ ମହେଶ କୁମାର ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନ ପାର୍ଲିଆମେଣ୍ଟକୁ ପିପିପି ପକ୍ଷରୁ ମନୋନୀତ ହୋଇଥିଲେ। ୨୦୦୨ରେ ଅଣମୁସଲମାନମାନଙ୍କୁ ନିର୍ବାଚନରେ ଭୋଟ ଦେବା ସହ ପ୍ରାର୍ଥୀ ହେବା ପାଇଁ ଅନୁମତି ଦିଆଯାଇଥିଲା। ଏଥିପାଇଁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁସାରଫ ସମ୍ବିଧାନରେ ସଂଶୋଧନ ଆଣିଥିଲେ।
from OdishaReporter https://ift.tt/2mQuPcw
No comments:
Post a Comment