କୋଚିଳା ନଦୀବନ୍ଧରେ ୫୦ ଫୁଟ୍‌ର ଫାଟ; ଲୋକେ ଆତଙ୍କିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

କୋଚିଳା ନଦୀବନ୍ଧରେ ୫୦ ଫୁଟ୍‌ର ଫାଟ; ଲୋକେ ଆତଙ୍କିତ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି। ଏହାସହ ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣାପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ ଫୁଟ୍‌ର ଫାଟ ସୃଷ୍ଟି ହୋଇଛି। ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ଅଧିକ ବର୍ଷା ହୁଏ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ନଦୀ ବନ୍ଧ ପୂରା ଭାଙ୍ଗିଯିବାର ଆଶଙ୍କା ରହିଛି। ମାସେ ତଳେ ଏହି ନଦୀବନ୍ଧର କାମ ହୋଇଥିଲା।  କିନ୍ତୁ ଏବେ ନଦୀବନ୍ଧ ଦବି ଯାଇଛି। ତେଣୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି।

ତେବେ ପ୍ରକୃତରେ କ’ଣ ପାଇଁ ନଦୀ ବନ୍ଧ ଦବିଲା,ତା’ର ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ଜଳ ସେଚନ ବିଭାଗର ଅଧିକାରୀ ପହଞ୍ଚିଛନ୍ତି। ଘଟଣାର ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ସେମାନେ କହିଛନ୍ତି।

 

 



from OdishaReporter https://ift.tt/2LTkYNL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages