ଗୁଳିକାଣ୍ଡକୁ ନେଇ ସୋହେଲାରେ ଚାପା ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଗୁଳିକାଣ୍ଡକୁ ନେଇ ସୋହେଲାରେ ଚାପା ଉତ୍ତେଜନା

firing

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ  ଗତକାଲି ସୋହେଲାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ସତ୍ୟନାରାୟଣଙ୍କ ଭାଇ କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି,“ଗୁଳିକାଣ୍ଡର କାରଣ ମୋତେ ଜଣାନାହିଁ। ଦୁର୍ବୃତ୍ତମାନେ ବୋଧେ ଅନ୍ୟ କାହାକୁ ମାରିବାକୁ ଆସିଥିଲେ।”



from OdishaReporter https://ift.tt/2mEoLn0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages