କ’ଣ ଆପଣ ବି ନେଉଛନ୍ତି ଆଣ୍ଟିବାୟୋଟିକ୍‌? ଏହା ଆଣିପାରେ ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

କ’ଣ ଆପଣ ବି ନେଉଛନ୍ତି ଆଣ୍ଟିବାୟୋଟିକ୍‌? ଏହା ଆଣିପାରେ ବିପଦ

antibio

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସମେତ ଅନେକ ଦେଶରେ ଆଣ୍ଟିବାୟୋଟିକ୍‌ ଔଷଧର ଆମଦାନୀ ବହୁଳ ମାତ୍ରାରେ କରାଯାଉଛି। ଏଣେ ଆଣ୍ଟିବାୟୋଟିକ୍‌ର ପ୍ରଭାବ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏକ ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଗବେଷଣାରୁ ଜଣାପଡ଼ିଛି ଯେ ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ଆଣ୍ଟିବାୟୋଟିକ୍‌ର ବ୍ୟବହାର ବ୍ୟବସାୟ ସ୍ତରରେ ବଢ଼ିବାରେ ଲାଗିଛି। ଏହା ୫୦ ବିଲିୟନ୍‌ରୁ ବଢ଼ି ୭୦ ବିଲିୟନ୍‌ ଡଲାରରେ ପହଞ୍ଚିଛି।
ଏହାର ବୃଦ୍ଧି ବିଶେଷ କରି ଭାରତ, ଚୀନ, ବ୍ରାଜିଲ୍‌, ଋଷ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ହେଉଥିବାର ଜଣାପଡ଼ିଛି।
ଅଷ୍ଟ୍ରେଲିଆର ‘କୁଇନ୍‌ସଲ୍ୟାଣ୍ଡ୍‌ ଟେକ୍ନୋଲୋଜି ୟୁନିଭର୍ସିଟି’ର ଇମାନୁଏଲ୍‌ ଏଡେଭୁୟୀ କହିଛନ୍ତି, “ଆଣ୍ଟିବାୟୋଟିକ୍‌ ଔଷଧର ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀରରେ ସଂକ୍ରମଣକୁ  ବ୍ୟାପିବାରେ ସହାୟତା କରିଥାଏ। ତାଙ୍କ ମତରେ ୫୭ ହଜାର ନବଜାତ ଶିଶୁଙ୍କର ମୃତ୍ୟୁ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସଂକ୍ରମଣ କାରଣରୁ ହିଁ ହୋଇଥାଏ।”

ଆଣ୍ଟିବାୟୋଟିକ୍‌ ବ୍ୟବହାର ଯୋଗୁ ଆମେରିକାରେ ପ୍ରତିବର୍ଷ ୨୦ ଲକ୍ଷ ସଂକ୍ରମିତ ହେବା ସହିତ ୨୩ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣରୁ ୟୁରୋପରେ ପ୍ରତିବର୍ଷ ୨୫ହଜାର ମୃତ୍ୟୁ ହୋଇଥାଏ।
ଏଡେଭୁୟୀ ଆହୁରି ମଧ୍ୟ କହିଛନ୍ତି, ବିକାଶଶୀଳ ଦେଶମାନଙ୍କରେ ଆଣ୍ଟିବାୟୋଟିକ୍‌ ଦ୍ୱାରା ସଂକ୍ରମଣରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା କମ୍‌। କିନ୍ତୁ କୁହାଯାଉଛି, ଏହି ଦେଶ ମାନଙ୍କରେ ମୃତ୍ୟୁର ଅନ୍ୟ କିଛି କାରଣ ରହିଛି।

ଏହି ଗବେଷଣାର ରିପୋର୍ଟ ‘ଦି ଜର୍ଣ୍ଣାଲ୍‌ ଅଫ୍‌ ଇନ୍‌ଫେକ୍‌ସନ୍‌’ରେ ପ୍ରକାଶ ପାଇଛି। ଏଥିରେ ୨୪ଟି ଦେଶର ଗବେଷଣା ପ୍ରସୂତ ରିପୋର୍ଟକୁ ବିଶ୍ଲେଷଣ କରାଯାଇଛି।



from OdishaReporter https://ift.tt/2AePtfA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages