ଆସିଲା ଆଉ ଏକ ସ୍ପୋର୍ଟସ ବାୟୋପିକ୍‌ ‘ସୁର୍‌ମା’: ରହିଛି ହକି ଷ୍ଟାର ସନ୍ଦୀପ ସିଂହଙ୍କ ଜୀବନ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଆସିଲା ଆଉ ଏକ ସ୍ପୋର୍ଟସ ବାୟୋପିକ୍‌ ‘ସୁର୍‌ମା’: ରହିଛି ହକି ଷ୍ଟାର ସନ୍ଦୀପ ସିଂହଙ୍କ ଜୀବନ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରଦାକୁ ଆସିଛି ଭାରତୀୟ ହକି ଖେଳାଳି ସନ୍ଦୀପ ସିଂହଙ୍କ ସଂଘର୍ଷମୟ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ‘ସୁର୍‌ମା’। ଏଥିରେ ସନ୍ଦୀପଙ୍କ ଭୂମିକାରେ ଅଭିନୟ କରିଛନ୍ତି ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଝ। ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ। ସନ୍ଦୀପ ଗୁରୁତର ଆହତ ହେବା ପରେ କିଭଳି ପୁଣି ଥରେ ହକି ଫିଲ୍ଡକୁ ଫେରି କମାଲ୍ ଦେଖାଇଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି।

ହକି ଫିଲ୍ଡରେ ଲଢ଼େଇ ଠୁ ବଳିଯାଇଥିଲା ତାଙ୍କ ଜୀବନର ସଂଘର୍ଷ। ହକି ଷ୍ଟିକ୍ ଧରି ଦୌଡ଼ିବା ତ ଦୂରର କଥା ଦୁଇ ଗୋଡ଼ରେ ଠିଆ ହେବା ତାଙ୍କ ପାଇଁ ଥିଲା କାଠିକର ପାଠ। ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ୍ ସନ୍ଦୀପ ସିଂହଙ୍କ ସଂଘର୍ଷମୟ ଜୀବନୀକୁ ନେଇ ପରଦାକୁ ଆସିଛି ଫିଲ୍ମ ‘ସୁର୍‌ମା’। ଏହି ସ୍ପୋର୍ଟସ୍ ବାୟୋପିକରେ ସନ୍ଦୀପଙ୍କ ଭୂମିକାରେ ଅଭିନୟ କରିଛନ୍ତି ପଞ୍ଜାବୀ ସିଙ୍ଗର୍ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଝ। ତାଙ୍କ ଅପୋଜିଟ୍‌ରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ। ସନ୍ଦୀପ ଏକ ଗୁଳିମାଡ଼ ଘଟଣାରେ ଗୁରୁତର ଆହତ ହେବା ପରେ କିଭଳି ପୁଣି ଥରେ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ହକି ଫିଲ୍ଡକୁ ଫେରି କମାଲ୍ କରିଛନ୍ତି ତାହା ଫିଲ୍ମ ସୁରମାରେ ଦେଖିବାକୁ ମିଳୁଛି। ଫିଲ୍ମର କାହାଣୀ ଯେତିକି ଦମ୍‌ଦାର, ଗୀତ ଗୁଡ଼ିକ ମଧ୍ୟ ସେତିକି ମେଲୋଡିୟସ୍। ଏହି ସ୍ପୋର୍ଟସ୍ ବାୟୋପିକରେ ମ୍ୟୁଜିକ୍ କମ୍ପୋଜ୍ ଶଙ୍କର-ଏହସାନ- ଲୟ କରିଥିବା ବେଳେ ଲିରିକ୍ସ ଲେଖିଛନ୍ତି ଗୁଲଜାର୍। ତେଣୁ ଏହା ମ୍ୟୁଜିକାଲ୍ ହିଟ୍ ହେବା ନେଇ ମଧ୍ୟ ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।



from OdishaReporter https://ift.tt/2NfVmuX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages