ମାତ୍ର କେଇ ଘଣ୍ଟାର ଅପେକ୍ଷା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ମାତ୍ର କେଇ ଘଣ୍ଟାର ଅପେକ୍ଷା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଆ

ପୁରୀ (ଓଡ଼ିଶା ରିପୋର୍ଟର): ରାତି ପାହିଲେ ଘୋଷଯାତ୍ରା। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଆ ଠାକୁର। ଶ୍ରୀଜିଉଙ୍କୁ ନିଜ ଉପରେ ଆସୀନ କରିବାକୁ ସିଂହଦ୍ୱାର ଆଗରେ ଅପେକ୍ଷାରେ ରହିଛନ୍ତି ତିନି ରଥ। ଉକ୍ତଙ୍କ ଭକ୍ତିପୂତ ନିବେଦନରେ ଉଛୁଳିଲାଣି ବଡ଼ଦାଣ୍ଡ। ସକାଳ ସାଢ଼େ ୯ଟାରେ ପହଣ୍ଡି ସହ ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ।

ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ। କେତେବେଳେ ଭାଇ ଭଉଣୀଙ୍କୁ ସାଥୀରେ ଧରି ବିରାଜିବେ କାଳିଆ ଠାକୁର। ସେଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଉତ୍କଣ୍ଠାରେ।

ରତ୍ନସିଂହାସନରେ ଆଜି ଠାକୁରଙ୍କ ଦୈନଦିନ ନୀତିକାନ୍ତି ପରେ ଅପରାହ୍ନରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ଶୋଭାଯାତ୍ରାରେ ବଡ଼ଦାଣ୍ଡକୁ ଆସିଥିଲେ ପୂଜାପଣ୍ଡା। ଆଜ୍ଞାମାଳ ପ୍ରଦାନ ପରେ ରଥଖଳାରୁ ତିନି ରଥକୁ ଶ୍ରଦ୍ଧାର ସହ ଭକ୍ତ ଟାଣି ନେଇଥିଲେ ସିଂହଦ୍ୱାରକୁ।

ଆଜି ସକାଳେ ହୋଇଥିଲା ଠାକୁରଙ୍କ ନବଯୌବନ ଦର୍ଶନ। ୧୫ଦିନ ଧରି ଠାକୁରଙ୍କୁ ନଦେଖି ବ୍ୟାକୁଳ ଥିବା ଭକ୍ତ ଶ୍ରୀଜିଉଙ୍କୁ ଦେଖି ଆତ୍ମତୃପ୍ତି ପାଇଥିଲେ।

ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ଠାକୁରଙ୍କର ବଢିବ ଅନ୍ୟାନ୍ୟ ନୀତିକାନ୍ତି। ଖେଚୁଡ଼ି ଭୋଗ ଖାଇ ରତ୍ନସିଂହାସନରୁ ଓହ୍ଲାଇ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂରତି।ratha yatraସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଏପଟେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ନିମନ୍ତେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପୁରୀ ସହରକୁ ତିନିଟି ଡିଭିଜିନ୍‌ରେ ବିଭକ୍ତ କରାଯାଇ ଯାନବାହନ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି।

ଜଳ, ସ୍ଥଳ ଓ ଆକାଶ ପଥ ସିଲ୍‌

ଜଳ, ସ୍ଥଳ, ଆକାଶ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ। ସମୁଦ୍ର ଉପରେ କୋଷ୍ଟଗାର୍ଡର ସ୍ୱତନ୍ତ୍ର ବିମାନ ପଇଁତରା ମାରୁଛି। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଉପରେ ଚକ୍କର କାଟୁଛି ହେଲିକପ୍ଟର। ରେଳଷ୍ଟେସନ୍, ବସ୍‌ଷ୍ଟାଣ୍ଡ ଭଳି ସହରର ସବୁ ପ୍ରବେଶ ପଥରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାରିଆଡ଼େ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍‌ ସହ କେନ୍ଦ୍ରୀୟ ଫୋର୍ସ।

ratha yatra୩ଟି ଡିଭିଜନ୍‌ରେ ବିଭକ୍ତ ହୋଇଛି ଟ୍ରାଫିକ୍‌ ବ୍ୟବସ୍ଥା

ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସହରକୁ ତିନିଟି ଡିଭିଜନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଡିଭିଜନ୍ ଦାୟିତ୍ୱରେ ଜଣେ ଜଣେ ଏସ୍‌ପି ଓ କମାଣ୍ଡାଣ୍ଟ୍‌ ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ମାଳତୀପାଟପୁର ରେଲେଓ୍ୱ ଓଭରବ୍ରିଜ୍ ଦେଇ ତାଳବଣିଆ ପାର୍କିଂ ସ୍ଥାନରେ ରହିବେ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଓ ବୀରହରେକୃଷ୍ଣପୁର ଦେଇ ଫେରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଗାଡ଼ି ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ସେହିପରି ବାଇକ୍ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ମାଳତୀପାଟପୁର ଏବଂ ତାଳବଣିଆରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ୩୫ଟି ବସ୍‌ର ବ୍ୟବସ୍ଥା କରାଯାଇଛି।



from OdishaReporter https://ift.tt/2KVOKoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages