ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ଦେହରେ ବିସ୍ଫୋରକ ଲଗାଇ ନିଜକୁ ଉଡ଼ାଇ ଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ଦେହରେ ବିସ୍ଫୋରକ ଲଗାଇ ନିଜକୁ ଉଡ଼ାଇ ଦେଲା ସ୍ୱାମୀ

ttt

ଉଦୟପୁର: ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ ଘଟଣା। ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ହୁଏ ଓ କିଛି ସମୟ ପରେ ଏହାର ସମାଧାନ ହୋଇଯାଏ। ଝଗଡ଼ା ଟିକେ ଅଧିକ ହୋଇଗଲେ କେହି କେହି କିଛି ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ବନ୍ଦ କରି ଦିଅନ୍ତି। ହେଲେ ପରେ ସବୁ ଠିକ୍‌ ହୋଇଯାଏ। ତେବେ ରାଜସ୍ଥାନର ଉଦୟପୁରରେ ସ୍ତ୍ରୀ ଘର ଛାଡ଼ି ଚାଲିଯିବାରୁ ଜଣେ ଯୁବକ ଦେହରେ ଡେଟୋନେଟର୍ ଲଗାଇ ନିଜକୁ ଉଡ଼ାଇ ଦେଇଛନ୍ତି। ତାଙ୍କ ନାଁ ବିନୋଦ ମିଣା (୩୦)। ତାଙ୍କ ଘର ଉଦୟପୁରର ଗୋବର୍ଦ୍ଧନ ବିଲାସରେ।

ଅଭିଯୋଗ ଅନୁସାରେ, ବିନୋଦ ଏବଂ ତାଙ୍କ ସ୍ତ୍ରୀ ହେମଲତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ହେମଲତା ଘର ଛାଡ଼ି ଚାଲି ଯାଇଥିଲେ। ୫ଦିନ ଧରି ବିନୋଦ ତାଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇଯାଇଥିଲେ। ସେ ଘର ଆଗରେ ଏକ ଡେଟୋନେଟର୍‌କୁ ଦେହରେ ବାନ୍ଧି ସେଥିରେ ନିଆଁ ଲଗାଇ ଦେଇଥିଲେ। କିଛି ସେକେଣ୍ଡ୍‌ ପରେ ଏକ ଜୋର୍‌ଦାର୍‌ ବିସ୍ଫୋରଣ ହେଲା। ଏଥିରେ ବିନୋଦଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।

ବିନୋଦ ପଥର ଖାଦାନରେ କାମ କରୁଥିଲେ। ସେଠାରୁ ସେ ଏକ  ଡେଟୋନେଟର୍‌ ଘରକୁ ଆଣିଥିଲେ। ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ପୁଲିସ୍‌ ଯାଞ୍ଚ କରିଥିଲା। ଏକ ସିସିଟିଭିରେ ବିନୋଦ ନିଜ ଦେହରେ ଡେଟୋନେଟର୍‌ ବାନ୍ଧୁଥିବା ଦୃଶ୍ୟ ରେକର୍ଡ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 



from OdishaReporter https://ift.tt/2Lk19ie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages