ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ପାଣିରେ ଉବୁଟୁବୁ ହେଉଛି ରାଜଧାନୀ ଭୁବନେଶ୍ୱର। ସତେ ଯେମିତି ଭାସିଯିବ। ରାସ୍ତାରେ ବହୁଛି ଅଣ୍ଟାଏ ଉଚ୍ଚର ପାଣି। ଅନେକ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି। ବର୍ଷା ପାଣିରେ ଏକ ବସ୍ ମଧ୍ୟ ଫସି ଯାଇଥିଲା।
ଗତକାଲି ରାତିରୁ ଭୁବନେଶ୍ୱରରେ ବର୍ଷା ହେଉଛି। ତେବେ ସକାଳେ କିଛି ସମୟ ଧରି ନିର୍ଧୁମ୍ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବିଭିନ୍ନ ରାସ୍ତାରେ ଅଣ୍ଟେ ଉଚ୍ଚର ପାଣି ବହିଥିଲା। ଇସ୍କନ୍ ମନ୍ଦିର ପାଖରେ ଅବସ୍ଥା ଅସମ୍ଭାଳ ହୋଇଥିଲା। ମନ୍ଦିର ଆଗରେ ଏକ ବସ୍ ଫସି ଯାଇଥିଲା। ବସ୍ର ଚକା ପୂରା ବୁଡ଼ି ଯାଇଥିଲା। ବସ୍ରେ ଥିବା ଯାତ୍ରୀ ଡରି ଯାଇଥିଲେ।
ପରେ ଟ୍ରାଫିକ୍ ପୁଲିସ୍ ସହାୟତାରେ ବସ୍ଟିକୁ ବାହାର କରାଯାଇଥିଲା।
ଦେଖନ୍ତୁ ଭିଡିଓ
from OdishaReporter https://ift.tt/2JrjsRb
No comments:
Post a Comment