
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ମହିଳା ନିଜ ଛୋଟଛୁଆଙ୍କ ପାଦରେ ଧୂଳି ଲାଗିବାକୁ ଦେଇ ନ ଥାନ୍ତି। ପିଲାଟି ଯେପରି ତଳେ ନ ଚାଲେ ତା ପାଦକୁ ସୁରକ୍ଷିତ ରଖିବାକୁ ସବୁବେଳେ ଚପଲଟିଏ ପିନ୍ଧାଇ ଦେଇଥାନ୍ତି। ହେଲେ ଜାଣିଛନ୍ତି, ଏପରି କରିବା ଭୁଲ୍ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ଗାଁ ଗହଳିରେ ଅଧିକାଂଶ ଶିଶୁ ଖାଲି ପାଦରେ ଚାଲନ୍ତି, ଖେଳକୁଦ କରନ୍ତି। ହେଲେ ସହରି ପିଲାଏ ପାଦରେ ଜୋତା, ଚପଲ ଅଧିକ ମାତ୍ରାରେ ବ୍ୟବହାର କରନ୍ତି। ଗବେଷଣା କୁହେ ଏଭଳି ତାରତମ୍ୟ ଥିବାରୁ ଗାଁ ପିଲାମାନଙ୍କ ଖାଳୁଆଡ୍ ମନୋଭାବ ଓ ସନ୍ତୁଳନ କ୍ଷମତା ସହରି ପିଲାଙ୍କଠାରୁ ଅଧିକ।
ଜର୍ମାନୀର ଜେନା ୟୁନିଭର୍ସିଟିର ପ୍ରଫେସର୍ ଆଷ୍ଟ୍ରିଡ୍ ଜାଚ୍ଙ୍କ ମତରେ ଶୈଶବ ଏବଂ କିଶୋର ଅବସ୍ଥାରେ ଖାଲି ପାଦରେ ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ଏବଂ କିଛି ପିନ୍ଧି କରି ଚାଲିଲେ ଶାରୀରିକ ପ୍ରଗତି ପ୍ରଭାବିତ ହୋଇଥାଏ।
ଏହି ଗବେଷଣା ସନ୍ଧର୍ଭଟି ‘ଫ୍ରଣ୍ଟିୟର୍ସ ଇନ୍ ପେଡିଆଟ୍ରିକ୍’ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି। ଗବେଷଣାରେ ଦକ୍ଷିଣ ଆଫ୍ରିକାର ଗ୍ରାମ୍ୟ ତଥା ଉତ୍ତର ଜର୍ମାନୀର ୬ ରୁ ୧୮ବର୍ଷ ବୟସର ୮୧୦ ସହରୀ ପିଲାଙ୍କୁ ସାମିଲ କରାଯାଇଥିଲା।
ଖାଲି ପାଦରେ ଚାଲିବାର ବିଶେଷ ଗୁଣ:-
– ଖାଲି ପାଦରେ ଚାଲିବା ଯୋଗୁ ଶରୀରର ଗଠନ ପ୍ରଣାଳୀ ଠିକ୍ ରହିଥାଏ ଏବଂ ଅଣ୍ଟା ସମସ୍ୟା ଦୂର ହେବା ସହିତ ହାଡ଼ ଶକ୍ତ ହୋଇଥାଏ।
– ପାଦରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
– ରକ୍ତ ସଂଚାଳନ ଠିକ୍ ରହିବା ଯୋଗୁଁ ପାଦ ତଳ ମଜବୁତ୍ ରୁହେ।
– ଚିନ୍ତା ଦୂର ହେବା ସହିତ ମନକୁ ଶାନ୍ତି ମିଳିଥାଏ।
from OdishaReporter https://ift.tt/2Nnk5xc
No comments:
Post a Comment