ବୁଲୁଛି ମହାବଳ: ସଞ୍ଜ ନଇଁଲେ ପଡ଼ିଯାଉଛି ତାଟିକବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ବୁଲୁଛି ମହାବଳ: ସଞ୍ଜ ନଇଁଲେ ପଡ଼ିଯାଉଛି ତାଟିକବାଟ

tiger

ଅନୁଗୋଳ (ବିରଜା ପ୍ରସାଦ ଦାସ): ବାଘ ବଂଶ ବିସ୍ତାର ଲାଗି ମଧ୍ୟପ୍ରଦେଶରୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଛି ବାଘ-ବାଘୁଣୀ। ପ୍ରଥମେ ଏନ୍‌କ୍ଲୋଜର୍‌ରେ ରଖାଯିବା ପରେ ମହାବଳକୁ ଜଙ୍ଗଲକୁ ଛାଡ଼ିଛି ବନ ବିଭାଗ। ବାଘ ଜଙ୍ଗଲରେ ଛଡ଼ାଯିବା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି। ବାଘ କାଳେ ଜନବସତି ଆଡ଼କୁ ଚାଲି ଆସିବ ସେହି ଚିନ୍ତାରେ ଘାରି ହେଉଛନ୍ତି। ସ୍ଥିତି ଏମିତି ହୋଇଛି, କେହି ଏକା ଘରୁ ବାହାରକୁ ଯାଉନାହାନ୍ତି।

ସନ୍ଧ୍ୟା ହେଲେ ଘରେ ପଡ଼ିଯାଉଛି ତାଟିକବାଟ। ଦିନ ଦ୍ୱିପହରରେ ବି ଠେଙ୍ଗା, ବାଡ଼ି ନଧରି ବାହାରକୁ ଯିବାକୁ ସାହସ କରୁନାହାନ୍ତି। କାରଣ ଲୋକଙ୍କ ନିଦ ହଜାଇ ଦେଇଛି ମଧ୍ୟପ୍ରଦେଶ କାହ୍ନାରୁ ଅଣାଯାଇ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଇଯାଇଥିବା ମହାବଳ।

ଜୁଲାଇ ୬ତାରିଖରୁ ବାଘକୁ ଜଙ୍ଗଲକୁ ଛାଡ଼ାଯାଇଛି। ସେବେଠୁ ଅଭୟାରଣ୍ୟ ନିକଟସ୍ଥ ଅଞ୍ଚଳରେ ଯେମିତି ବାଘ ଆତଙ୍କ ଖେଳିଯାଇଛି। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ବାଘ ଡର।

ସ୍ଥାନୀୟ ବାସିନ୍ଦା ସୁଷମା ନାୟକ କହିଛନ୍ତି- “ବାଘ ଯେତେବେଳେ ଛଡ଼ାଯାଇ ନଥିଲା ଆମେ ବିନା ଡରରେ ଯାତାୟାତ କରୁଥିଲୁ। ଏବେ ଭୟ ଲାଗୁଛି। ସନ୍ଧ୍ୟା ହେଲେ ଘରୁ ବାହାରକୁ ଆସୁନାହୁଁ।”

ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଦିଲେଶ୍ୱର ପ୍ରଧାନ କହିଛନ୍ତି- “ବନ ବିଭାଗ ଓ ସରକାର ଅମାନବିକତାର କାମ କରିଛନ୍ତି। ବାଘ ଛାଡିଦେଲେ, ହେଲେ ଲୋକଙ୍କୁ ସଚେତନ କରାଇଲେ ନାହିଁ। ଲୋକେ ଭୟରେ ଅଛନ୍ତି। ପିଲାଙ୍କୁ ଧରି ଅଭିଭାବକ ସ୍କୁଲରେ ଛାଡୁଛନ୍ତି। ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି।”

ଅନ୍ୟପକ୍ଷରେ ବନ ବିଭାଗ କହୁଛି, ବାଘକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ।  ଅତିରିକ୍ତ ପିସିସିଏଫ୍‌ ସୁଦର୍ଶନ ପଣ୍ଡା କହିଛନ୍ତି- “ବାଘର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ବାଘ ସବୁବେଳେ ମଣିଷକୁ ଲୁଚିକି ରହିବାକୁ ଚେଷ୍ଟା କରେ। ମଣିଷ ପାଖକୁ ଆସିବାକୁ କେବେ ଚେଷ୍ଟା କରେନାହିଁ। ସାତକୋଶିଆରେ ଘଞ୍ଚ ଜଙ୍ଗଲ ରହିଛି। ଡରିବାର କିଛି ନାହିଁ। ବାଘ ଗାଁକୁ ଆସିବ ନାହିଁ।”



from OdishaReporter https://ift.tt/2urZXD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages