ପାକିସ୍ତାନର ଓପନିଂ ବ୍ୟାଟ୍‌ସମ୍ୟାନ୍‌ ଡୋପ୍‌ ଟେଷ୍ଟରେ ଫେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ପାକିସ୍ତାନର ଓପନିଂ ବ୍ୟାଟ୍‌ସମ୍ୟାନ୍‌ ଡୋପ୍‌ ଟେଷ୍ଟରେ ଫେଲ୍‌

ଇସ୍‌ଲାମାବାଦ: ପାକିସ୍ତାନର ଓପନିଂ ବ୍ୟାଟ୍‌ସମ୍ୟାନ୍‌ ଅହମ୍ମଦ ଶହଜାଦଙ୍କ କ୍ରିକେଟ୍‌ କ୍ୟାରିୟର୍‌କୁ ଲାଗିପାରେ ଝଟ୍‌କା। ଡୋପ୍‌ ଟେଷ୍ଟରେ ଫେଲ୍‌ ମାରିଥିବାରୁ ତାଙ୍କ ନାଁରେ ନୋଟିସ୍ ଜାରି କରିଛି ପିସିବି(ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଶହଜାଦଙ୍କୁ ୧୪ ଦିନ ମଧ୍ୟରେ ଜବାବ ଦେବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ଏପିରି ସ୍ଥିତିରେ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ବ୍ୟାନ୍ ଲାଗିବା ଆଶଙ୍କା ସୃଷ୍ଟି ହୋଇଛି।

ଗତ ଏପ୍ରିଲ୍‌ ମାସରେ ଏକ ଘରୋଇ ଟୁର୍ଣ୍ଣାମେଣ୍ଟ୍‌ ଖେଳୁଥିବା ସମୟରେ ତାଙ୍କର ଡୋପ୍‌ ଟେଷ୍ଟ କରାଯାଇଥିଲା। ଏଥିରେ ସେ ଫେଲ୍‌ ମାରିଥିଲେ। ସେତେବେଳେ ପିସିବି ଟ୍ୱିଟ୍‌ କରି ଏ ବିଷୟରେ ଜଣାଇଥିଲା। କିନ୍ତୁ ଖେଳାଳିଙ୍କ ନାମ ଗୋପନ ରଖିଥିଲା। ନିୟମାନୁସାରେ ଯେପର୍ଯ୍ୟନ୍ତ ସରକାରଙ୍କ ଆଣ୍ଟି ଡୋପିଂ ଏଜେନ୍‌ସି ଦୋଷୀ ସାବ୍ୟସ୍ତ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ ଗୋପନ ରଖାଯିବ ବୋଲି ପିସିବି କହିଥିଲା। ଏବେ ପିସିବି ଶହଜାଦଙ୍କ ନା ପ୍ରକାଶ କରିବା ସହିତ ତାଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛି।

ନୋଟିସ୍‌ ମିଳିବା ପରେ ଶହଜାଦ୍‌ ଏବେ  ଅସ୍ଥାୟୀ ଭାବେ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍ ଖେଳିପାରିବେ ନାହିଁ। କିନ୍ତୁ ସେ ଚାହିଁଲେ ଆଉଥରେ ନିଜର ନମୁନା ଟେଷ୍ଟ କରିବା ପାଇଁ ଆବେଦନ କରିପାରିବେ।

 



from OdishaReporter https://ift.tt/2JfWkFa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages