ଜାଣିଛନ୍ତି କି, ମହାଭାରତ ଯୁଦ୍ଧରେ କେତେ ଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଜାଣିଛନ୍ତି କି, ମହାଭାରତ ଯୁଦ୍ଧରେ କେତେ ଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା ?

ରହସ୍ୟ, ରୋଚକ ଏବଂ ରୋମାଞ୍ଚ ଭରା କାହାଣୀ ହେଉଛି ମହାଭାରତ। ହିନ୍ଦୁ ଧର୍ମର ପୌରାଣିକ କଥା ମଧ୍ୟରୁ ଏହି ମହାଭାରତ ହେଉଛି ସବୁଠୁ ବିଚିତ୍ର।  ଆଜି ଆମେ ମହାଭାରତ ଯୁଦ୍ଧ ସମାପ୍ତ ପରର କଥା କହିବୁ।

ଏ କଥା ସମସ୍ତଙ୍କୁ ଜଣା ଯେ, ମହାଭାରତ ଯୁଦ୍ଧରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶାସ୍ତ୍ର ଓ ବିଭିନ୍ନ ପୂରାଣର ବର୍ଣ୍ଣନା ଅନୁଯାୟୀ, ଏହି ଯୁଦ୍ଧରେ କୋଟିଏରୁ ଊର୍ଦ୍ଧ୍ୱ ଯୋଦ୍ଧା ନିହତ ହୋଇଥିଲେ। କିନ୍ତୁ ଯୁଦ୍ଧରେ କେତେ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା ଏକଥା ଖୁବ୍‌ କମ୍‌ ଲୋକଙ୍କୁ ଜଣା ଥିବ। ତେବେ ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ପରେ କ’ଣ ଘଟିଥିଲା।

ମହାଭାରତ ମହା ଲଢେଇରେ ଜୀବିତ ଥିଲେ ୧୨ ଜଣ, ଜାଣନ୍ତୁ ସେମାନେ କିଏ କିଏ ?

ଯୁଦ୍ଧରେ ବିଜୟଲାଭ କରିବା ପରେ ପାଣ୍ଡବମାନେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ଧ୍ରୁତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ଭେଟିବା ପାଇଁ ଯାଇଥିଲେ। ଯେଉଁଠି ଧ୍ରୁତରାଷ୍ଟ୍ର, ମହାନ ଯୋଦ୍ଧା ଭୀମଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କ ଚତୁରପଣ ଯୋଗୁ ଭୀମଙ୍କ ଜୀବନ ବଞ୍ଚି ଯାଇଥିଲା। ଏହାପରେ ପାଣ୍ଡବମାନେ ଗାନ୍ଧାରୀଙ୍କୁ ଭେଟିଥିଲେ। ଗାନ୍ଧାରୀ ବି ପାଣ୍ଡବଙ୍କ ଉପରେ କ୍ରୋଧିତ ହୋଇଥିଲେ। କିନ୍ତୁ କିଛିକ୍ଷଣ ପରେ ତାଙ୍କ ରାଗ ବି ଶାନ୍ତ ହୋଇଯାଥିଲା।

ଘରେ ମହାଭାରତ ଅଛି କି?

ଏହାପରେ ମହର୍ଷି ବେଦବ୍ୟାସ କହିବାରୁ ଯୁଦ୍ଧିଷ୍ଠିର ସମସ୍ତଙ୍କୁ ନେଇ କୁରୁକ୍ଷେତ୍ର ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଧ୍ରୁତରାଷ୍ଟ୍ର, ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ। ପଚାରିଥିଲେ- ଯୁଦ୍ଧରେ କେତେ ସୈନ୍ୟ ପ୍ରାଣ ହରାଇଛନ୍ତି? ଉତ୍ତରରେ ଯୁଧିଷ୍ଠିର କହିଥିଲେ- ଏଥିରେ ୧ ଆରବ ୬୬ କୋଟି ୨୦ ହଜାର ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହାବାଦ୍ ୨୪ ହଜାର ୧୬୫ ଯୋଦ୍ଧାଙ୍କ ବିଷୟରେ କୌଣସି ତଥ୍ୟ ମିଳି ନଥିଲା। ଧର୍ମରାଜ ଯୁଧିଷ୍ଠିରଙ୍କ ଏହି ଉତ୍ତରରୁ ହିଁ ଜାଣିବାକୁ ମିଳେ ମହାଭାରତ ଯୁଦ୍ଧରେ କେତେ ଯୋଦ୍ଧାଙ୍କର ମୃତ୍ୟୁ ହୋଇଥିଲା।



from OdishaReporter https://ift.tt/2LfbgVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages