
ରାୟପୁର: ଆଗକୁ ଲୋକସଭା ନିର୍ବାଚନ ରହିଛି। ତା ପୂର୍ବରୁ ଛତିଶଗଡ଼ ସମେତ ଅନ୍ୟ କିଛି ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ରଣନୀତି ଆରମ୍ଭ କରିଦେଇଛି। ମୋଦି ସରକାର ଓ ବିଜେପି ବିରୋଧରେ କଂଗ୍ରେସ ଦଳ ଏକ ଅଭିଯାନ ଆରମ୍ଭ କରିଛି।
ବିଜେପି ସରକାରଙ୍କ ବିକାଶକୁ ତାଚ୍ଛଲ୍ୟ କରି କଂଗ୍ରେସ ଏକ ଟି-ଶାର୍ଟ ତିଆରି କରିଛି। ଏଥିରେ ‘ଉଡ୍ଗଇ ବିକାଶ୍ କି ଚିଡ଼ିୟା’ ଅର୍ଥାତ ‘ଉଡ଼ିଗଲା ବିକାଶର ଚଢ଼େଇ’ ସ୍ଲୋଗାନ୍ ଲେଖାଯାଇଛି। କଂଗ୍ରେସ୍ ପାଖାପାଖି ଏଭଳି ୩୫ଲକ୍ଷ ଟି-ଶାର୍ଟ ଅର୍ଡର କରିଛି।
ଟି-ଶାର୍ଟର ରଙ୍ଗ ଧଳା। ଏଥିରେ ହଳଦିଆ ରଙ୍ଗରେ ଏହି ସ୍ଲୋଗାନ୍ଟି ଲେଖା ଯାଇଛି। ଏହି ଅଭିଯାନ ଛତିଶଗଡ଼ରେ ସଫଳ ହେଇଥିବା ଦେଖାଯାଉଛି। କିଛି କଂଗ୍ରେସ କର୍ମକର୍ତ୍ତାମାନେ ସେହି ଟି-ଶାର୍ଟ ପିନ୍ଧି ଚା’ ଦୋକାନରେ ବସୁଥିବାର ଦେଖିବାକୁ ମିଳୁଛି।
from OdishaReporter https://ift.tt/2NcYaci


No comments:
Post a Comment