ଭଦ୍ରକ ଡବଲ୍‌ ମର୍ଡର ଘଟଣାରେ ନୂଆ ଟୁଇଷ୍ଟ୍‌: ପିଲାଦିନ ସୁଯୋଗ ଖୋଜୁଥିଲା ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଭଦ୍ରକ ଡବଲ୍‌ ମର୍ଡର ଘଟଣାରେ ନୂଆ ଟୁଇଷ୍ଟ୍‌: ପିଲାଦିନ ସୁଯୋଗ ଖୋଜୁଥିଲା ଅଭିଯୁକ୍ତ

bhadrak

ଭଦ୍ରକ(ତପନ ସ୍ୱାଇଁ): “ପିଲାଟି ଦିନରୁ ମନରେ ଜଳୁଥିବା ପ୍ରତିହିଂସା କାରଣରୁ ଉଭୟଙ୍କୁ ହତ୍ୟା କରିଛି। ଏକାଧିକ ଥର ଉଦ୍ୟମ କରିଥିଲି, ହେଲେ ସୁଯୋଗ ମିଳି ନଥିଲା। ଶେଷରେ ସୁଯୋଗ ମିଳିଲା ଓ ପିଲାଦିନୁ ମନରେ ଥିବା ଲକ୍ଷ୍ୟ ପୂରଣ ହେଲା।”

ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଭଦ୍ରକ ଡବଲ୍‌ ମର୍ଡର ଘଟଣାରେ ଗିରଫ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ ବବୁଆ ମହାନ୍ତି।

ସେ କହିଛି,“ରବୀନ୍ଦ୍ର ବେଉରିଆ, ତାଙ୍କ ପତ୍ନୀ ଓ ଝିଅକୁ ମାରିବାକୁ ମୁଁ ପିଲାଟି ଦିନରୁ ପ୍ଲାନ୍  କରିଥିଲି। ସେମାନେ ଆମ ଘର ଲୋକଙ୍କ  ପ୍ରତି ବହୁତ ଅତ୍ୟାଚାର, ଅନ୍ୟାୟ କରିଛନ୍ତି। ଛୋଟ ଥିବା ବେଳେ ଖାଇବା ପି‍ଇବା ଦେବାରେ ଟିକିଏ ଡେରି ହେଲେ ଆମକୁ ମାରୁଥିଲେ। ମୋ ମାଆ ପେଟରେ ଶାବଳ ପକାଇ ଚଢ଼ିଯାଉଥିଲେ। ସେବେଠାରୁ ଏମାନଙ୍କୁ ହତ୍ୟା କରିବାକୁ ମୁଁ ମନେମନେ ସ୍ଥିର କରି ନେଇଥିଲି।”

ବବୁଆ ଆହୁରି କହିଛି,“ରବିବାର ରାତିରେ ମୁଁ ମୋ ପ୍ଲାନକୁ ଚୂଡାନ୍ତ ରୂପ ଦେଇଥିଲି। ପ୍ରଥମେ ରବୀନ୍ଦ୍ର ଓ ମୁଁ ମଦ ପିଇଥିଲୁ। ନିଶା ହୋଇଗଲା ପରେ ତାଙ୍କ ହାତ ଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ଦେଇଥିଲି। ସେ ମରିଗଲା ପରେ ଭକ୍ତିଲତାଙ୍କୁ ହତ୍ୟା କରିଥିଲି। ପରେ ଝିଅକୁ ମାରିବାକୁ ଉଦ୍ୟମ କରୁଥିଲି। ହେଲେ ସେ ସମୟରେ କେହି ଜଣେ ବାହାରୁ ଡାକିବାରୁ ମୁଁ ପଳାଇଥିଲି।”

ସେ କହିଛି,“ଯେଉଁ ଧରମ ପୁଅ କଥା କୁହାଯାଉଛି, ସେମିତି କିଛି ନାହିଁ। ମୁଁ ଧରମ ପୁଅ ନୁହେଁ। କେହି କ’ଣ ଡାକିଦେଲେ ଧରମ ପୁଅ ହୋଇଯିବି? ମୁଁ ଏମିତି ତାଙ୍କ ଘରକୁ ଆସେ। ମୋ ପାଖରେ ପଇସା ନଥିବାରୁ ତାଙ୍କ ଆଲମାରି ଖୋଲିଥିଲି। କିଛି ଇମିଟେସନ ଅଳଙ୍କାର ଓ ସୁନା ଥିଲା, ତାକୁ ନେଇଗଲି।”

ଆଜି ପୁଲିସ୍‌ ବବୁଆକୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଥିବା କାଳିତରା ନିକଟରେ ଏକ କାଡ଼ାନାଳ ପାଖକୁ ନେଇ ଘଟଣାରେ ଛାନଭିନ୍ କରୁଛି।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବବୁଆକୁ ଭଦ୍ରକ ପୁଲିସ୍‌ ଗିରଫ କରିଥିଲା। ପରେ ତା’ ବୟାନ ‌ଆଧାରରେ ଆଜି ନିଖୋଜ ଥିବା ରବୀନ୍ଦ୍ରଙ୍କ ମୃତଦେହକୁ ଠାବ କରାଯାଇଥିଲା।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ ସ୍ୱାମୀ ରବି ସାଙ୍ଗ ହୋଇ ଘରୁ ବାହାରକୁ ଯାଇଥିଲେ। ବିଳମ୍ୱିତ ରାତିରେ ହଠାତ୍ ରବିଙ୍କ ଫୋନ୍‌ରୁ କଲ୍‌ ପାଇ ଭକ୍ତିଲତା ଘର କବାଟ ଖୋଲିଥିଲେ। କବାଟ ଖୋଲିବା ମାତ୍ରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଆକ୍ରମଣ କରିଥିଲା।

ଭକ୍ତିଲତାଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଭୟଭୀତ ହୋଇ ଫୋନ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବବୁଆ ସେ ଧରିଥିବା ଫୋନ୍‌କୁ ଫିଙ୍ଗି ଦେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା। ପରେ ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ।



from OdishaReporter https://ift.tt/2mW742v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages