
ଜୟପୁର: ଭଉଣୀର ପାପ ସମ୍ପର୍କକୁ ସହି ପାରିଲାନି ଭାଇ। ଶେଷରେ ଭଉଣୀର ପ୍ରେମିକକୁ ହତ୍ୟା କଲା ଭାଇ। ଏଭଳି ଜଘନ୍ୟକାଣ୍ଡ ଘଟିଛି ରାଜସ୍ଥାନର ବାରନ ଜିଲ୍ଲାରେ।
ବାସଦୀ ଗାଁର ୨୮ ବର୍ଷୀୟ ଯୁବକଙ୍କୁ ତାଙ୍କ ପ୍ରେମିକାର ଭାଇ ଅତି ନର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କ ନାଁ ଆନନ୍ଦ ମିଣା। ଏହି ମାମଲାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନାଅନୁସାରେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୃକ୍ତ ଭାଇର ବିବାହିତା ଭଉଣୀ (୩୫) ସହ ଆନନ୍ଦର ଅବୈଧ ସମ୍ପର୍କ ଥିଲା।
ଗତ ରବିବାର ଆନନ୍ଦ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ। ସେଠାରେ ପ୍ରେମିକାଙ୍କ ସ୍ୱାମୀ ନନ୍ଦକିଶୋର (୫୦), ଭାଇ ବୁଦ୍ଧିପ୍ରକାଶ (୨୬) ଓ ତାଙ୍କ ପୁଅ କିଶନ ମୁରାରୀ ସହିତ ମଦ୍ୟପାନ କରିଥିଲେ। ତେବେ ମଦ ପିଇବାର କିଛି ସମୟ ପରେ ବୁଦ୍ଧିପ୍ରକାଶ ରାଗିଯାଇ ଆନନ୍ଦଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ସେମାନେ ଗାଁର ଏକ ରାସ୍ତାରେ ଆନନ୍ଦଙ୍କ ମୃତଦେହ ଫୋପାଡ଼ି ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୁଦ୍ଧିପ୍ରକାଶକୁ ଗିରଫ କରିଛି। ବୁଦ୍ଧପ୍ରକାଶଙ୍କ ଘର ହରିପୁରା ଗାଁରେ।
from OdishaReporter https://ift.tt/2M5dkjt
No comments:
Post a Comment