
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଶୁକ୍ରବାର ଗୁରୁପୂର୍ଣ୍ଣିମା ଦିନ ନିଜ କ୍ରିକେଟ୍ ଗୁରୁ ରମାକାନ୍ତ ଆଚରେକର୍ଙ୍କୁ ଭେଟି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ତାଙ୍କ ସହ ବନ୍ଧୁ ଅତୁଲ୍ ରାଣଡେ ମଧ୍ୟ ଥିଲେ। ଏହି ଅବସରରେ ସଚିନ ନିଜ ଗୁରୁ ରମାକାନ୍ତ ଆଚରେକର୍ଙ୍କ ସହ ଅନେକ ସମୟ ବିତେଇବାର ସୁଯୋଗ ପାଇଥିଲେ ବୋଲି ସେ କହିଛନ୍ତି। ଯାହାକୁ ସଚିନ ନିଜ ଟ୍ୱିଟର୍ ମାଧ୍ୟମରେ ଜଣାଇଛନ୍ତି। ସଚିନ ଲେଖିଛନ୍ତି, ‘ଆଜି ଗୁରୁ ପୂର୍ଣ୍ଣିମା, ଏହି ଦିନରେ ଆମକୁ ଯିଏ ଆଗକୁ ବଢ଼ିବା ପାଇଁ ପାଠ ଶିଖାଇଥାନ୍ତି ତାଙ୍କୁ ଆମେ ମନେପକାଇଥାଉ’। ସେ ଏହା ମଧ୍ୟ କହିଛନ୍ତି ଯେ ରମାକାନ୍ତ ଆଚରେକର୍ ସାର୍ଙ୍କ ଆଶୀର୍ବାଦ ବିନା, ସେ ଯେଉଁଟି ପହଞ୍ଚିଛନ୍ତି ତାହା ସମ୍ଭବ ହୋଇନଥାନ୍ତା। ଏହି ଅବସରରେ ସଚିନ ୩ଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସଚିନ ଗୁରୁ ରମାକାନ୍ତ ଆଚେରକର୍ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ବେଳେ ଦ୍ୱିତୀୟ ଫଟୋରେ ସଚିନ ଓ ତାଙ୍କ ବନ୍ଧୁ ଅତୁଲ୍ ରାନଡେ ଏବଂ ମଝିରେ ରମାକାନ୍ତ ଆଚରେକର୍ ବସିଥିବା ଦେଖିବାକୁ ମିଳିଛି। ସେହିପରି ତୃତୀୟ ଫଟୋରେ ରମାକାନ୍ତ ଆଚରେକର୍ ଏକ ହ୍ୱିଇଲ୍ଚେୟାରେ ବସିଥିବା ବେଳେ ସଚିନ ତାଙ୍କ ପଛ ପଟେ ଛିଡ଼ାହୋଇଛନ୍ତି।
from OdishaReporter https://ift.tt/2LtW8rQ
No comments:
Post a Comment