ନ୍ୟୁୟର୍କ ଟାଇମ୍ସର ଅଟକଳବାଜି: ରାମଦେବ ହେବେ ପ୍ରଧାନମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ନ୍ୟୁୟର୍କ ଟାଇମ୍ସର ଅଟକଳବାଜି: ରାମଦେବ ହେବେ ପ୍ରଧାନମନ୍ତ୍ରୀ!

ୱାଶିଂଟନ୍‌: ଯୋଗଗୁରୁ ବାବା ରାମେଦବଙ୍କୁ ନେଇ ଏବ ଅନ୍ତର୍ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଆରମ୍ଭ କରିଛନ୍ତି। ନ୍ୟୁୟର୍କ ଟାଇମ୍ସ ରାମଦେବଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତୁଳନା କରିଛି। ଏଥିସହ ରାମଦେବ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଆକଳନ କରିଛି। ରାମଦେବଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ପହଞ୍ଚିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ରାମଦେବଙ୍କୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲେ ହେଁ ଅନେକ ବିବାଦରେ ମଧ୍ୟ ସେ ଫସିଛନ୍ତି। ଖାସ୍‌ ଏଥିପାଇଁ ନ୍ୟୁୟର୍କ ଟାଇମ୍ସ ତାଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତୁଳନା କରିଛି। ଆମେରିକାରେ ଟ୍ରମ୍ପ ଯେମିତି ନିଜ କାର୍ଯ୍ୟ ଶୈଳୀକୁ ନେଇ ବିବାଦୀୟ ହୋଇପଡ଼ନ୍ତି, ସେମିତି ଭାରତରେ ରାମଦେବ ମଧ୍ୟ ବିଭିନ୍ନ ଘଟଣାରେ  ବିବାଦୀୟ ହୋଇଥିବା ନଜିର ରହିଛି।

ରାମଦେବଙ୍କ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସ କହିଛି, ଭାରତରେ ରାମଦେବ ଏବେ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇପାରନ୍ତି। ସେ ଭାରତର ଯେକୌଣସି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତାଶାଳୀ ଓ ଲୋକପ୍ରିୟ। ସେ ଚାହିଁଲେ ଯେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଶାସନରୁ ହଟାଇ କ୍ଷମତାଦଖଲ କରିପାରିବେ। ଆଗାମୀ ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି ଏଥିରେ କୁହାଯାଇଛି। ରାମଦେବ ଭାରତର କ୍ଷମତାସୀନ ବିଜେପି ସହ ଘନିଷ୍ଠ ସମ୍ପର୍କ ରଖିଥିବା ସମସ୍ତେ ଜାଣିଛନ୍ତି। ଏପରି ସ୍ଥିତିରେ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକ ଲୋକ ଆକଳନ କରୁଛନ୍ତି ବୋଲି ଏହି ଖବରକାଗଜରେ କୁହାଯାଇଛି। ଏସଂକ୍ରାନ୍ତରେ ଉକ୍ତ ଖବରକାଗଜରେ ‘ଦି ବିଲିୟନାୟର ଯୋଗୀ ବିହାଇଣ୍ଡ୍‌ ମୋଦିସ୍‌ ରାଇଜ୍‌’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଛି। ଏଥିରେ କାହିଁକି ରାମଦେବଙ୍କୁ ଟ୍ରମ୍ପଙ୍କ ସହ ତୁଳନା କରାଯାଇଛି, ସେକଥା ଦର୍ଶାଯାଇଛି। ଟ୍ରମ୍ପଙ୍କ ଭଳି ରାମଦେବଙ୍କର ମଲ୍‌ଟି ବିଲିୟନ୍‌ ଡଲାରର ସାମ୍ରାଜ୍ୟ ରହିଛି। ଟ୍ରମ୍ପଙ୍କ ଭଳି ରାମଦେବ ମଧ୍ୟ ଟିଭିରେ ଜଣେ ବମ୍ବାଷ୍ଟିକ୍‌ ବ୍ୟକ୍ତିତ୍ୱ। ରାମଦେବ କେବେହେଲେ ନିଜର କିମ୍ୱା ନିଜ ବ୍ୟବସାୟିକ ସାମଗ୍ରୀର ପ୍ରଚାର କରିବାକୁ ଭୁଲନ୍ତି ନାହିଁ। ଭାରତର ପ୍ରତିଟି ସ୍ଥାନରେ ସେ ଜଣେ ଚିହ୍ନା ମୁହଁ। ଟ୍ରମ୍ପ ଯେତେବେଳେ ନିଜ ବ୍ୟବସାୟ ଆରମ୍ଭ କଲେ, ସେ ପ୍ରଥମେ ପୂର୍ବରୁ ମାର୍କେଟରେ ପ୍ରଚଳିତ ସମାନ ସାମଗ୍ରୀକୁ ଖରାପ ବୋଲି କହି ନିଜର ପ୍ରଚାର କରିଥିଲେ।  ରାମଦେବ ମଧ୍ୟ ପତଞ୍ଜଳୀ ସାମଗ୍ରୀ ମାର୍କେଟକୁ ଛାଡ଼ିବା ବେଳେ ପୂର୍ବରୁ ଏଠାରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ଖରାପ ବୋଲି କହିଥିଲେ। ଫଳରେ ସଫଳତା ପାଇବା ପାଇଁ ତଥା ନିଜ ସାମ୍ରାଜ୍ୟର ବୃଦ୍ଧି ନିମନ୍ତେ ଉଭୟ ରାମଦେବ ଓ ଟ୍ରମ୍ପ ଗୋଟିଏ ରାସ୍ତା ବାଛିଛନ୍ତି ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2OomzwL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages